‘ପଶୁ ବିଜ୍ଞାନର ବିନିଯୋଗରେ ଆତ୍ମନିର୍ଭର ସମ୍ଭବ’

ନବରଙ୍ଗପୁର :  ପଶୁ ବିଜ୍ଞାନ କୁ ବ୍ୟବହାର କରି ଭାରତ ପ୍ରଥମ ସ୍ଥାନ ଅଧିକାର କରିଥିଲେ ହେଁ ନୂତନ ଜ୍ଞାନ କୌଶଳ ଓ ଗବେଷଣା ଦ୍ବାରା ପଶୁ ବିଜ୍ଞାନ ଅନେକଙ୍କୁ ରୋଜଗାର ଯୋଗାଇ ଦେଇ ପାରିବ ବୋଲି ଉତ୍ତରାଖଣ୍ଡ ସ୍ଥିତ ଗୋବିନ୍ଦ ବଲ୍ଲଭ ପନ୍ଥ ବିଶ୍ଵବିଦ୍ୟାଳୟର ପ୍ରଧ୍ୟାପକ ଡ଼ଃ ଦେବବ୍ରତ ସିଂହ ମତ ପ୍ରକାଶ କରିଛନ୍ତି। ‘ମୁଁ ବି ସମର୍ଥ’ କାର୍ୟ୍ୟକ୍ରମର ୨୨ତମ ଅଧ୍ୟାୟରେ ଯୋଗ ଦେଇ ଡ଼ଃ ସିଂହ ପଶୁ ବିଭିନ୍ନ ଯୁଗରେ ମଣିଷର ସହାୟକ ହୋଇଛନ୍ତି । ତେଣୁ ପଶୁ ବିଜ୍ଞାନ ର ଅଧ୍ୟୟନ ନିଶ୍ଚିତ ଭାବେ ପ୍ରେରଣା ଯୋଗାଇଛି ବୋଲି ସେ ମତବ୍ୟକ୍ତ କରିଛନ୍ତି । ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଅନ୍ତର୍ଗତ ଭାରତୀୟ କୃଷି ଓ ଶିକ୍ଷା ଅନୁସନ୍ଧାନ ସଂସ୍ଥାନ ଦିଲ୍ଲୀର‌ ପ୍ରଧାନ ବୈଜ୍ଞାନିକ ଡଃ ଦିନେଶ କୁମାର ଯୋଗ ଦେଇ ବିଦ୍ୟାର୍ଥୀଙ୍କ ରୁଚି ରହିଲେ ପଶୁ ବିଜ୍ଞାନ ରେ କୈାଣସି ଅସୁବିଧା ହେବ ନାହିଁ ବୋଲି କହିଛନ୍ତି । ଭାରତ ସରକାରଙ୍କ ଅନେକ ସ୍କଲାରସିପ ପାଇ ମଧ୍ୟ ଅଧ୍ୟୟନ କରି ପାରିବେ। ପଶୁ ବିଜ୍ଞାନ, ଖାଦ୍ୟ ବିଜ୍ଞାନ ଏବଂ ସୁପର୍ କମ୍ପ୍ୟୁଟର ଓ କୃତ୍ରିମ ବୌଦ୍ଧିକତା ଭଳି ନୂତନ ଦିଗରେ ଚାହିଦା ବଢୁଥିବାରୁ ବିଦ୍ୟାର୍ଥୀଙ୍କୁ କର୍ମ ସଂସ୍ଥାନ ମିଳିବାରେ ଅସୁବିଧା ହେବ ନାହିଁ ବୋଲି ଡ଼ଃ କୁମାର ମତବ୍ୟକ୍ତ କରିଛନ୍ତି ।

ଭାରତୀୟ ପଶୁ ଚିକିତ୍ସା ଅନୁସନ୍ଧାନ ସଂସ୍ଥାନ ବରେଲୀର ମୁଖ୍ୟ ବୈଜ୍ଞାନିକ ଡଃ ଜି. ସାଇ କୁମାର ଯୋଗ ଦେଇ ବିଭିନ୍ନ ସରକାରୀ ଗବେଷଣା ସଂସ୍ଥା ଛଡ଼ା ଅନେକ ଶିଳ୍ପରେ କର୍ମ ସଂସ୍ଥାନ ମିଳିପାରିବ ବୋଲି କହିଥିଲେ। ଓଡ଼ିଶା କୃଷି ବିଶ୍ଵବିଦ୍ୟାଳୟର ସହକାରୀ ପ୍ରଫେସର ଡ଼ଃ ସ୍ବାଗତ ମହାପାତ୍ର ଯୋଗ ଦେଇ ପଶୁ ଚିକିତ୍ସକ ଙ୍କ ଭୂମିକା ସମାଜରେ ଅନେକ ମାତ୍ରାରେ ରହିଛି । ପ୍ରତ୍ୟେକ ଗୃହପାଳିତ ପଶୁ ର ଚିକିତ୍ସା କ୍ଷେତ୍ରରେ ରହି ସେମାନଙ୍କ ପ୍ରମୁଖ ଭୂମିକା ରହିଥିବାରୁ ସେ କ୍ଷେତ୍ରରେ ବିଦ୍ୟାର୍ଥୀ ଙ୍କ ପାଇଁ ମଧ୍ୟ ଅନେକ ସୁଯୋଗ ରହିଥିବାର ସେ ମତ ପ୍ରକାଶ କରିଥିଲେ। ‘ମୁଁ ବି ସମର୍ଥ’ କାର୍ଯ୍ୟକ୍ରମ ର ସଂଯୋଜକ ତଥା ଉପସ୍ଥାପକ ଲକ୍ଷ୍ମୀ ନାରାୟଣ ବକ୍ସି ଯୋଗ ଦେଇ ବିଦ୍ୟାର୍ଥୀଙ୍କ ରୁଚି ରହିଲେ ନିଶ୍ଚିତ ଭାବେ ସଫଳ ହୋଇ ପାରିବେ ବୋଲି କହିଛନ୍ତି।

Comments are closed.