ମଣିଷକୁ ସଫଳତାର ବାଟ ଦେଖାଏ ପ୍ରବୃତ୍ତି
‘ମୁଁ ବି ସମର୍ଥ’ କାର୍ଯ୍ୟକ୍ରମ

ନବରଙ୍ଗପୁର:ପ୍ରବୃତ୍ତି ବ୍ୟକ୍ତିଙ୍କ ସଫଳତାର ବାଟ କଢାଇଥାଏ। ତେଣୁ ନିଜକୁ ସମୟାନୁବର୍ତ୍ତିତା ଓ ଶୃଙ୍ଖଳାର ସହ କାର୍ଯ୍ୟ ସମ୍ପାଦନ କରିବା ଦରକାର ବୋଲି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟର ଡିନର ପ୍ରଫେସର ସଞ୍ଜୟ କୁମାର ଦାଶ ମତବ୍ୟକ୍ତ କରିଛନ୍ତି। ‘ମୁଁ ବି ସମର୍ଥ’ କାର୍ଯ୍ୟକ୍ରମର ୨୪ତମ ଅଧ୍ୟାୟରେ ଯୋଗ ଦେଇ ପ୍ରଫେସର ଦାଶ କୃଷି ଓ ବୈଷୟିକ ବିଜ୍ଞାନ କୈାଶଳ ଦ୍ବାରା ବିଦ୍ୟାର୍ଥୀ ଉଦ୍ଭିଦ ବିଜ୍ଞାନରେ ସଫଳ ହୋଇ ପାରିବେ ବୋଲି ଶ୍ରୀ ଦାଶ ମତ ପ୍ରକାଶ କରିଛନ୍ତି। ଉଦ୍ଭିଦ ବିଜ୍ଞାନର ଅନେକ ଶାଖା ରହିଛି ତେଣୁ ପ୍ରଭୃତି ଅନୁସାରେ ବିଦ୍ୟାର୍ଥୀ ନିଜର କ୍ୟାରିୟର ଗଠନ କରିବା ଦରକାର ବୋଲି ରାଷ୍ଟ୍ରୀୟ ବନସ୍ପତି ଗବେଷଣା ସଂସ୍ଥାନର ବରିଷ୍ଠ ପ୍ରଧାନ ବୈଜ୍ଞାନିକ ଶରତ କୁମାର ଶ୍ରୀବାସ୍ତବ କହିଛନ୍ତି। ଜୈବ ସମ୍ପଦରେ କ୍ୟାରିୟର ଗଠନ ଦ୍ବାରା ଦେଶର ବିକାଶରେ ଛାତ୍ରଛାତ୍ରୀ ସାମିଲ ହୋଇ ପାରିବା ସହ ନିଜକୁ ସଫଳ ବ୍ୟକ୍ତିତ୍ୱ ଗଠନ ଦିଗରେ ଆଗେଇ ଆସିବା ଦରକାର ବୋଲି ହିମାଳୟ ଜୈବ ସମ୍ପଦ ସଂସ୍ଥାନର ବରିଷ୍ଠ ପ୍ରଧାନ ବୈଜ୍ଞାନିକ ବିପିନ୍ ହଲାନ୍ ମତବ୍ୟକ୍ତ କରିଛନ୍ତି।
କୃଷି, ଉଦ୍ୟାନ କୃଷି, ଉଦ୍ୟୋଗୀ ହେବାରେ ଉଦ୍ଭିଦ ବିଜ୍ଞାନର ବିଶେଷ ଭୂମିକା ରହିଛି। ଏହା ଦ୍ବାରା ଜାତୀୟ ଓ ଅର୍ନ୍ତଜାତୀୟ ସ୍ତରରେ ବୈଜ୍ଞାନିକ ହୋଇ ପାରିବେ ବୋଲି ଆଇ.ଆର୍.ଆଇ ର ପ୍ରଧାନ ବୈଜ୍ଞାନିକ ଡଃ ଆଞ୍ଚଳ ଦାସ ମତବ୍ୟକ୍ତ କରିଛନ୍ତି । ସୁଗନ୍ଧି ଓ ଔଷଧୀୟ ବୃକ୍ଷ ରେ ଭାରତ ଅନେକ କ୍ଷେତ୍ରରେ ଆଗେଇ ପାରିଛି । ବିଦ୍ୟାର୍ଥୀ ନିଜର ଦକ୍ଷତା ଓ ତ୍ୟାଗ ଦ୍ବାରା ସଫଳ ହୋଇ ପାରିବେ ବୋଲି କେନ୍ଦ୍ରୀୟ ସୁଗନ୍ଧି ଓ ଔଷଧୀୟ ଗବେଷଣା ସଂସ୍ଥାନର ବୈଜ୍ଞାନିକ ଡଃ ପ୍ରିୟଙ୍କା ସୂର୍ଯ୍ୟବଂଶୀ ମତବ୍ୟକ୍ତ କରିଛନ୍ତି। ‘ମୁଁ ବି ସମର୍ଥ’ କାର୍ଯ୍ୟକ୍ରମର ସଂଯୋଜକ ଓ ଉପସ୍ଥାପକ ଲକ୍ଷ୍ମୀ ନାରାୟଣ ବକ୍ସି ଉଦ୍ଭିଦ ବିଜ୍ଞାନରେ ସୁଯୋଗ ବ୍ୟାପକ ରହିଛି। ତେଣୁ ବିଦ୍ୟାର୍ଥୀଙ୍କ ନିଜର ନିଶା ବଳରେ ସଫଳତା ପାଇପାରିବେ ବୋଲି ସେ ମତବ୍ୟକ୍ତ କରିଛନ୍ତି । ଓଡ଼ିଶା ଓ ଓଡ଼ିଶା ବାହାର ରାଜ୍ୟର ବିଦ୍ୟାର୍ଥୀ ଯୋଗ ଦେଇ ବିଶେଷଜ୍ଞଙ୍କ ଠାରୁ କ୍ୟାରିୟର ସମ୍ବନ୍ଧରେ ପଚାରି ବୁଝିଥିଲେ।