ଶିଳ୍ପ ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ

ସାକ୍ଷୀଗୋପାଳ/ସୁଆଣ୍ଡୋ : ସ୍ଥାନୀୟ କାଦୁଆ ପଞ୍ଚାୟତ କାର୍ଯ୍ୟାଳୟ ସଭାଗୃହରେ ଆଜି ଏକ ଦିନିକିଆ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସମ୍ବନ୍ଧୀୟ ଦିନିକିଆ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ସତ୍ୟବାଦୀ ବ୍ଲକ ଶିଳ୍ପ ସମ୍ପ୍ରସାରଣ ଅଧିକାରୀ ସରୋଜ କୁମାର ଦାସ ପ୍ରାରମ୍ଭିକ ସୂଚନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ।  ଜିଲ୍ଲା ଶିଳ୍ପ କେନ୍ଦ୍ର, ପୁରୀ ସହ ପରିଚାଳକ ହେମନ୍ତ କୁମାର ନାୟକ, ବିଧାୟକଙ୍କ ପ୍ରତିନିଧି ସୁନୀଲ କୁମାର ପଣ୍ଡା, କାଦୁଆ ସରପଞ୍ଚ ସୁବାସ ଚନ୍ଦ୍ର ମହାପାତ୍ର ଓ  ସତ୍ୟବାଦୀ ବ୍ଲକ ଉପାଧ୍ୟକ୍ଷ ବିକ୍ରମ କୁମାର ଜେନା ପ୍ରମୁଖ ଅତିଥି ରୂପେ ଯୋଗ ଦେଇଥିଲେ। ଅତିଥି ମାନେ ଉପସ୍ଥିତ ଶିଳ୍ପଦ୍ୟୋଗୀ ମାନଙ୍କୁ ସରକାରଙ୍କର ବିଭିନ୍ନ ଯୋଜନା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ।
ଏହି ଅବସରରେ ସତ୍ୟବାଦୀ ବ୍ଲକର ଶ୍ରେଷ୍ଠ ଶିଳ୍ପଦ୍ୟୋଗୀ ଭାବରେ ତପନ କୁମାର ଦୀକ୍ଷିତଙ୍କୁ ଅତିଥି ମାନେ ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ। ଶେଷରେ ବାଉରୀବନ୍ଧୁ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।
ଶିଳ୍ପ ନିର୍ଦ୍ଦେଶାଳୟ, ଓଡିଶା, କଟକଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗ ପ୍ରାୟୋଜିତ ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଶିଳ୍ପ କେନ୍ଦ୍ର, ପୁରୀ ଆୟୋଜନ କରିଥିଲେ।

Comments are closed.