ରାଫେଲ୍‌ ଯୁଦ୍ଧବିମାନ ଭାରତୀୟ ବାୟୁସେନାର ଶକ୍ତି ବୃଦ୍ଧି କରିବ : ଧୋନି

ଦୁବାଇ : ଯୁଦ୍ଧବିମାନ ରାଫେଲ୍‌ ଭାରତୀୟ ବାୟୁସେନାରେ ସାମିଲ ହେବାକୁ ନେଇ ବେଶ୍‌ ଉତ୍ସାହିତ ହୋଇପଡ଼ିଛନ୍ତି ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି। ଭାରତୀୟ ଆଞ୍ଚଳିକ ସେନାରେ ଲୁଏଟନାଣ୍ଟ କ​‌େ​‌ର୍ଣ୍ଣଲ୍‌ ଥିବା ଧୋନି ଟ୍ବିଟ୍‌ କରି ଦର୍ଶାଇଛନ୍ତି ୫ଟି ରାଫେଲ ଯୁଦ୍ଧବିମାନ ଭାରତୀୟ ବାୟୁସେନାରେ ସାମିଲ ହେବା ଦେଶ ପାଇଁ ଗର୍ବ ଓ ଗୌରବର ବିଷୟ। ରାଫେଲ୍‌ ଯୁଦ୍ଧବିମାନ ଭାରତୀୟ ବାୟୁସେନାର ଶକ୍ତିବୃଦ୍ଧି କରିବ। ସୂଚନାଥାଉକି ୩୯ ବର୍ଷୀୟ ଧୋନି ବର୍ତ୍ତମାନ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଚେନ୍ନଇ ସୁପର କିଙ୍ଗ୍‌ସ ଦଳ ତରଫରୁ ଖେଳିବାକୁ ୟୁଏଇରେ ରହିଛନ୍ତି।

Comments
Loading...