ଧୋନି ୨୦୨୩ ବିଶ୍ବକପ୍‌ ଖେଳିବା ସମ୍ଭାବନା ନାହିଁ : ଗମ୍ଭୀର

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍‌ ଦଳର ବରିଷ୍ଠ ୱିକେଟରକ୍ଷକ ମହେନ୍ଦ୍ର ସିଂହ ଧୋନି ୨୦୨୩ ଦିନିକିଆ ବିଶ୍ବକପ୍‌ ଖେଳିବା ସମ୍ଭାବନା ନାହିଁ ବୋଲି ସ୍ପଷ୍ଟ କରି ଦେଇଛନ୍ତି ପୂର୍ବତନ କ୍ରିକେଟର୍‌ ଗୌତମ ଗମ୍ଭୀର।
ଧୋନି କେବେ କ୍ରିକେଟ୍‌ରୁ ଅବସର ନେବେ ବୋଲି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ଗମ୍ଭୀର କହିଥିଲେ କିଏ ​‌କେବେ ଅବସର ନେବେ ତାହା ତାଙ୍କର ବ୍ୟକ୍ତିଗତ ବ୍ୟାପାର। ତେବେ ଧୋନି ୨୦୨୩ ଦିନିକିଆ ବିଶ୍ବକପ୍‌ ଖେଳିବା ଆଶା ନାହିଁ। ଧୋନି ଯେତେଦିନ ପର୍ଯ୍ୟନ୍ତ ଚାହିଁବେ କ୍ରିକେଟ୍‌ ଖେଳିପାରିବେ ସେଥିରେ କୌଣସି ଅସୁବିଧା ନାହିଁ ତେବେ ଏଥିସହ ତାଙ୍କୁ ଭବିଷ୍ୟତ ଉପରେ ଧ୍ୟାନ ରଖିବାକୁ ପଡ଼ିବ ବୋଲି ଗମ୍ଭୀର ସ୍ପଷ୍ଟ କରି ଦେଇଛନ୍ତି। ସେହିପରି ଭାରତୀୟ ଦଳର ଭବିଷ୍ୟତକୁ ଦୃଷ୍ଟିରେ ରଖି ଯୁବ ୱିକେଟରକ୍ଷକଙ୍କୁ ଅଧିକରୁ ଅଧିକ ମ୍ୟାଚ୍‌ ଖେଳାଯିବା ଉଚିତ୍‌ ବୋଲି ଗମ୍ଭୀର ସ୍ପଷ୍ଟ କରି ଦେଇଛନ୍ତି। ଧୋନିଙ୍କ ସ୍ଥାନରେ ଋଷଭ ପନ୍ତ୍‌ ଓ ସଞ୍ଜୁ ସାମସନ୍‌ଙ୍କ ପରି ଯୁବ ୱିକେଟରକ୍ଷକଙ୍କୁ ଅଧିକ ସୁଯୋଗ ମିଳିଲେ ତାହା ଭାରତୀୟ ଦଳ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ ବୋଲି ଗମ୍ଭୀର ସ୍ପଷ୍ଟ କରି ଦେଇଛନ୍ତି। ୨୦୨୩ ବିଶ୍ବକପ୍‌ ଚମ୍ପିଆନ୍‌ ହେବାକୁ ଭାରତୀୟ ଦଳକୁ ବର୍ତ୍ତମାନ ଠାରୁ ପ୍ରସ୍ତୁତି ଆରମ୍ଭ କରିବାକୁ ହେବ। ଦଳ କେଉଁ ବିଭାଗରେ ଦୁର୍ବଳ ତାହାର ତର୍ଜମା କରାଯାଇ ସେହି ବିଭାଗକୁ ଶକ୍ତିଶାଳୀ କରିବାକୁ ବର୍ତ୍ତମାନ ଠାରୁ ମ୍ୟାନେଜମେଣ୍ଟ ଉଦ୍ୟମ ଆରମ୍ଭ କରିବା ସହ ନୂଆ ଯୋଜନା ପ୍ରସ୍ତୁତ କରିବାକୁ ପଡ଼ିବ ବୋଲି ଗମ୍ଭୀର ମତ ଦେଇଛନ୍ତି।

Comments are closed.