କମେଡି କରିବେ ଇମ୍ରାନ୍ ହାସମି

ନବାଗତ କଳାକାରଙ୍କ ଭିଡ଼ରେ ଏବେ ବୟସ୍କ କଳାକାରଙ୍କ ଲୋକପ୍ରିୟତା କମ୍ ହୋଇଛି। ଗୋଟିଏ ସମୟରେ ଇମ୍ରାନ୍ ହାସମିଙ୍କ ପରି କଳାକାରଙ୍କ ପାଖରେ ସଂଖ୍ୟାଧିକ ଅଫର୍ ଥିଲା। ହରର୍, ରୋମାଣ୍ଟିକ ଚରିତ୍ର ପାଇଁ ପ୍ରଥମେ ତାଙ୍କୁ ହିଁ ଖୋଜାପଡ଼ୁଥିଲା। ଏବେ କିନ୍ତୁ ସମୟ ଆଗେଇ ଯାଇଛି। ଏକ ଲମ୍ବା ବ୍ୟବଧାନ ପରେ ଇମ୍ରାନ୍ଙ୍କ ହାତକୁ ଭଲ ଅଫର୍ ଆସିଥିବାର ପ୍ରକାଶ। ବଲୱିନ୍ଦର ସିଂ ଜନୁଜା ନିର୍ଦେଶିତ ‘ସବ୍ ଫାଷ୍ଟ କ୍ଲାସ୍’ରେ ସେ ମୁଖ୍ୟ ଭୂମିକାରେ କାମ କରିବେ। ହାସ୍ୟରସାତ୍ମକ ଏଇ ଚଳଚ୍ଚିତ୍ରର ସୁଟିଂ ଜୁଲାଇରେ ଆରମ୍ଭ ହେବାର ଯୋଜନା ଥିଲା କିନ୍ତୁ ମହାମାରୀ କାରଣରୁ ସୁଟିଂ ବନ୍ଦ ରହିଛି। ଇମ୍ରାନ୍ଙ୍କ ସହ କଳାକାର ଭାବେ ରିଚା ଚଢ଼ା କାମ କରିବେ ବୋଲି ଜଣାପଡ଼ିଛି। ଇମ୍ରାନ୍ ଏଇ ଅଫର୍ ପାଇ ଖୁବ୍ ଉତ୍ସାହିତ। ବୁଲଗେରିଆରେ ଚଳଚ୍ଚିତ୍ର ସୁଟିଂ ହେବାର ଯୋଜନା ରହିଛି।