ମୁକ୍ତିଲାଭ କଲା ‘ମିଷ୍ଟର ମଜ୍‌ନୁ’

ଭୁବନେଶ୍ୱର : ପବିତ୍ର ଦୁର୍ଗାପୂଜା ଅବସରରେ ଶୁକ୍ରବାର ଓଲିଉଡ଼ ଅଭିନେତା ବାବୁସାନଙ୍କ ଅଭିନୀତ ଚଳଚ୍ଚିତ୍ର ‘ମିଷ୍ଟର ମଜ୍‌ନୁ’ ମୁକ୍ତିଲାଭ କରିଛି। ଏଥିରେ ବାବୁସାନଙ୍କ ସହ ୩ଜଣ ନାୟିକାଙ୍କୁ ଦେଖିବାକୁ ମିଳିଛି। ସେମାନେ ହେଉଛନ୍ତି, ସୂର୍ଯ୍ୟମୟୀ, ଶୀତଲ ଏବଂ ଦିବ୍ୟା। ଅଶୋକ ପତି ଚଳଚ୍ଚିତ୍ରର ନିର୍ଦେଶନା ଦେଇଛନ୍ତି। ମିହିର ଦାସ ଓ ରାଇମୋହନ ପରିଡ଼ା ମଧ୍ୟ ଚଳଚ୍ଚିତ୍ରରେ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ଏହା ଏକ କମେଡ଼ି-ଡ୍ରାମା ଭିତ୍ତିକ ଚଳଚ୍ଚିତ୍ର। ତେବେ ଚଳଚ୍ଚିତ୍ର ଦର୍ଶକଙ୍କ ହୃଦୟକୁ ନିଶ୍ଚିତ ରୂପେ ଛୁଇଁବ ବୋଲି ନିର୍ମାତା ଆଶା ପ୍ରକାଶ କରିଛନ୍ତି।

Comments are closed.