ସାମ୍ନାକୁ ଆସିଲା ‘ମିଷ୍ଟର ଲେଲେ’ର ପ୍ରଥମ ଲୁକ୍‍

ମୁମ୍ବଇ: ବଲିଉଡ଼ ଅଭିନେତା ବରୁଣ ଧାୱନଙ୍କ ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ମିଷ୍ଟର ଲେଲେ’ର ପ୍ରଥମ ଲୁକ୍‍ ସୋମବାର ସାମ୍ନାକୁ ଆସିଛି। ଚଳଚ୍ଚିତ୍ରର ପ୍ରଯୋଜକ କରଣ ଜୋହର ଓ ବରୁଣ ସାମାଜିକ ଗଣମାଧ୍ୟମରେ ଏହି ଲୁକ୍‍ ଶେୟାର କରିଛନ୍ତି। ଏଥିରେ ବରୁଣ ସମ୍ପୂର୍ଣ୍ଣ ଭିନ୍ନ ରୂପରେ ନଜର ଆସିଛନ୍ତି।

ଭୟର ସହ ହାତ ଉପରକୁ ଉଠାଇ ବରୁଣ ଠିଆ ହୋଇଥିବା ଦେଖିବାକୁ ମିଳିଛି। ସେ ଅଣ୍ଡରୱେୟର ଉପରେ ଅଣ୍ଟାରେ ଏକ ବ୍ୟାଗ୍‍ ବାନ୍ଧିଛନ୍ତି। ତାଙ୍କର ଗୋଟିଏ ହାତରେ ଘଣ୍ଟା ବନ୍ଧା ହୋଇଥିବା ବେଳେ ଆଉ ଗୋଟିଏ ହାତରୁ ବନ୍ଧୁକ ଖସି ପଡ଼ୁଥିବା ଦେଖିବାକୁ ମିଳିଛି। ଚଳଚ୍ଚିତ୍ରରେ ସେ ଏକ କୌତୁହଳପୂର୍ଣ୍ଣ ଚରିତ୍ରରେ ଅଭିନୟ କରିଥିବା ଫଟୋରୁ ଜଣାପଡ଼ୁଛି। ଶଶାଙ୍କ ଖେତାନ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଭାର ବହନ କରିଛନ୍ତି। ‘ମିଷ୍ଟର ଲେଲେ’ ଆସନ୍ତା ବର୍ଷ ୧ ଜାନୁଆରୀରେ ପରଦାକୁ ଆସିବ।

Comments are closed.