‘ମିଷ୍ଟର ଓଡ଼ିଶା ଏସିଆ ଇଣ୍ଟରନେସନାଲ୍‍ ଇଣ୍ଡିଆ’ ଅଭିଷେକ

ଭୁବନେଶ୍ୱର: ନୂଆଦିଲ୍ଲୀରେ ଅନୁଷ୍ଠିତ ‘ଗ୍ଲୋବାଲ ମିଷ୍ଟର ଆଣ୍ଡ୍‍ ମିସ୍‍ ଏସିଆ ଇଣ୍ଟରନେସନାଲ୍‍ ଇଣ୍ଡିଆ ୨୦୧୯-୨୦’ରେ ଓଡ଼ିଆ ପୁଅ ଅଭିଷେକ ପ୍ରକାଶ ବେହେରା ‘ମିଷ୍ଟର ଓଡ଼ିଶା ଏସିଆ ଇଣ୍ଟରନେସନାଲ୍‍ ଇଣ୍ଡିଆ’ ଟାଇଟଲ ହାସଲ କରିଛନ୍ତି। ମଙ୍ଗଳବାର ଶୋ’ର ଗ୍ରାଣ୍ଡ ଫିନାଲେ ସାରି ଆଜି(ଶୁକ୍ରବାର) ସେ ଭୁବନେଶ୍ୱର ସ୍ଥିତ ନିଜ ଘରକୁ ଫେରିଛନ୍ତି।

ଓଡ଼ିଶା ଫେରି ନିଜର ଖୁସି ବ୍ୟକ୍ତ କରିବା ସହ ଶୋ’ର ସମସ୍ତ ଟିମ୍‍ ସଦସ୍ୟଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି। ଏହା ସହିତ ନିଜ ସାଙ୍ଗସାଥୀ ଓ ବାପା ମାଆଙ୍କୁ ଏହାର ଶ୍ରେୟ ଦେଇଛନ୍ତି। ଅଭିଷେକ ଓଡ଼ିଶାର ହୋଇଥିଲେ ମଧ୍ୟ ପିଲାବେଳୁ ସେ ଦୁବାଇରେ ରହିଛନ୍ତି।

ଜିଆଇଇପି(ଗ୍ଲୋବାଲ୍‍ ଇଣ୍ଡିଆ ଏଣ୍ଟରଟେନମେଣ୍ଟ ପ୍ରଡକ୍ସନ) ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାରା ଭାରତର ବିଭିନ୍ନ ରାଜ୍ୟରୁ ପ୍ରତିଯୋଗୀମାନେ ଭାଗ ନେଇଥିଲେ।

Comments are closed.