ଏମ୍‍କ୍ୟୁଏମ୍‍ର ସମର୍ଥନ ନେବେ ଇମ୍ରାନ

0

କରାଚୀ : ସରକାର ଗଠନ ପାଇଁ ଇମ୍ରାନ ଖାଁଙ୍କ ପାକିସ୍ତାନ ତେହରିକ୍‍-ଇ-ଇନ୍‍ସାଫ (ପିଟିଆଇ) ମୁତ୍ତାହିଦା କ୍ୱାମୀ ମୁଭ୍‍ମେଣ୍ଟ-ପାକିସ୍ତାନ (ଏମ୍‍କ୍ୟୁଏମ୍‍-ପି)ର ସମର୍ଥନ ଳୋଡ଼ିଛି। ଇମ୍ରାନ କରାଚୀର ଏହି ଦଳକୁ ସରକାରରେ ସାମିଲ ହେବାକୁ ନିମନ୍ତ୍ରଣ କରିଛନ୍ତି। ଏ ସମ୍ପର୍କରେ ବିସ୍ତୃତ ଆଲୋଚନା ପାଇଁ ଇମ୍ରାନଙ୍କ ବିଶ୍ୱସ୍ଥ ସହଯୋଗୀ ଜାହାଙ୍ଗିର ତାରିନ୍‍ କରାଚୀରେ ପହଞ୍ଚିଛନ୍ତି। ତେବେ ଏମ୍‍କ୍ୟୁଏମ୍‍ ରାଷ୍ଟ୍ରୀୟସ୍‍ତରେ ପିଟିଆଇକୁ ସମର୍ଥନ ପ୍ରତିବଦଳରେ ଆଞ୍ଚଳିକସ୍ତରରେ ଅଧିକ କ୍ଷମତା ପାଇଁ ଦାବି କରିଛି। କରାଚୀରେ ସୁଦୃଢ଼ ଥିବା ଏହି ଆଞ୍ଚଳିକ ଦଳ ଚଳିତ ନିର୍ବାଚନରେ ୬ଟି ଜାତୀୟ ଆସେମ୍ବ୍ଲି ଆସନରେ ବିଜୟ ଲାଭ କରିଛି। ପିଟିଆଇକୁ ୧୧୬ଟି ଆସନ ମିଳିଥିବାବେଳେ ଏହା ସରକାର ଗଠନ ପାଇଁ ଆଉ ୧୫ଟି ଆସନ ପାଇଁ ସମର୍ଥନ ଯୋଗାଡ଼ କରୁଛି।

Leave A Reply