ପାଇଖାନା ଦୁର୍ନୀତି ନେଇ ରାଜ୍ୟସଭାରେ ଉଠାଇଲେ ସାଂସଦ

ନବରଙ୍ଗପୁର : ରାଜ୍ୟସଭା ସାଂସଦ ମୁନା ଖାଁ ସଂସଦର ରାଜ୍ୟସଭାରେ ନବରଙ୍ଗପୁର ଜିଲାର ଝରିଗାଁ ବ୍ଲକରେ ହୋଇଥିବା ପାଇଖାନା ଦୁର୍ନୀତି ସଂପର୍କରେ ଉଠାଇଛନ୍ତି। ପ୍ରଧାନମନ୍ତ୍ରୀଙ୍କର ସ୍ୱଚ୍ଛଭାରତ ଯୋଜନା ଏକ ମହତ ଯୋଜନା ଅଟେ । ତେବେ ପ୍ରଧାନମନ୍ତ୍ରୀ ଏହି ଯୋଜନାକୁ ଗୁରୁତ୍ୱ ଦେଉଥିବାବେଳେ କାଗଜ ଓ କଲମରେ କୋଟିକୋଟି ଟଙ୍କାର କାମ କରାଯାଇଛି। କେଉଁ କେଉଁ ରାଜ୍ୟରେ ଏଭଳି ଅଭିଯୋଗ କେନ୍ଦ୍ର ସରକାର ନିକଟରେ ଆସିଛି କି ବୋଲି ପଚାରିଥିଲେ।  ଓଡିଶାର ନବରଙ୍ଗପୁର ଜିଲାର ଝରିଗାଁ ବ୍ଲକରେ ପାଇଖାନାରେ ବ୍ୟାପକ ଦୁର୍ନୀତ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ଲକର ବିଡିଓଙ୍କୁ ନିଲମ୍ବିତ କରିଛନ୍ତି। ତେବେ ବିଭିନ୍ନ ରାଜ୍ୟରେ ପାଇଖାନା ନିର୍ମାଣ କେବଳ କାଗଜକଲମରେ କରାଯାଇଥିବାରୁ ଏହାର ଏକ ସ୍କୁଆର୍ଡ ଗଠନ କରି ତଦନ୍ତ କରିବାକୁ ସେ ନିବେଦନ କରିଥିଲେ। ତେବେ ଗୃହରେ ଅଧ୍ୟକ୍ଷତା କରୁଥିବା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ଠିକ୍‍ଅଛି ବୋଲି କହିବା ସହ ଏଥିପ୍ରତି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି। ଏହାକୁ ନେଇ  ପୂର୍ବତନ ସାଂସଦ ତଥା ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ  ରାଜ୍ୟସଭାରେ ସାଂସଦ ମୁନା ଖାଁ ଝରିଗାଁ ପ୍ରସଙ୍ଗ ଉଠାଇଥିବାରୁ ସ୍ୱାଗତ କରିଛନ୍ତି।  ନବରଙ୍ଗପୁର ଜିଲାରେ ମୋଟ ୩୨୩ କୋଟି ଟଙ୍କାରୁ ଦୁର୍ନୀତି ହୋଇଛି। କେନ୍ଦ୍ରସରକାର ତୁରନ୍ତ ସ୍କୁଆର୍ଡ ପଠାଇ ସମସ୍ତ ଦୁର୍ନୀତିର ତଦନ୍ତ କରିବାକୁ ଅନୁରୋଧ କରିଛନ୍ତି।

Comments are closed.