ପାସପୋର୍ଟ ଯାଞ୍ଚ ନିମନ୍ତେ “ଏମ୍‍-ପୋଲିସ୍‍” ଆପ୍ପ

ଓଡ଼ିଶା ପୋଲିସ୍‍ର ନୂଆ ମୋବାଇଲ୍‍ ଆପ୍ଲିକେସନ୍‍ ବ୍ୟବସ୍ଥା

କଟକ : ପାସପୋର୍ଟର ତୁରନ୍ତ ଯାଞ୍ଚ କରିବା ନିମନ୍ତେ ଓଡ଼ିଶା ପୋଲିସ୍‍ ୫-ଟି କାର୍ଯ୍ୟକ୍ରମକୁ ଆଧାର କରି “ଏମ୍‍- ପୋଲିସ୍‍” ମୋବାଇଲ୍‍ ଆପ୍ଲିକେସନ୍‍ ବ୍ୟବସ୍ଥା ଆରମ୍ଭ କରିଛନ୍ତି। ଥାନା ଗୁଡ଼ିରେ ପାସପୋର୍ଟ ଭେରିଫିକେସନ୍‍ ବ୍ୟବସ୍ଥା ଏବେ ଖୁବ୍‍ ସହଜ ହେବାକୁ ଯାଉଛି। ଓଡ଼ିଶା ପୋଲିସ୍‍ ତରଫରୁ ପାସପୋର୍ଟ ଭେରିଫିକେସନ୍‍ ବ୍ୟବସ୍ଥାକୁ ସହଜ ଓ ସରଳ କରିବା ନିମନ୍ତେ “ଏମ୍‍- ପୋଲିସ୍‍”ମୋବାଇଲ୍‍ ଆପ୍ଲିକେସନ୍‍ବ୍ୟବସ୍ଥା ପ୍ରଚଳନ କରିଛନ୍ତି।

ପାସପୋର୍ଟ ବ୍ୟବସ୍ଥାକୁ ସ୍ୱଚ୍ଛ ଏବଂ ସମୟ ଉପଯୋଗୀ କରିବା ନିମନ୍ତେ ଏହା ଏକ ମହତ୍‍ ପଦକ୍ଷେପ। ଏହି ଯୋଜନାରେ ରାଜ୍ୟର ୫୫୩ଟି ପୋଲିସ ଷ୍ଟେସନ୍‍କୁ ଟାବ୍‍ଲେଟ୍‍ ପ୍ରଦାନ କରାଯିବ। ପ୍ରଥମ ପର୍ଯ୍ୟାୟରେ ଆଜି ୧୦୦ଟି ପୋଲିସ ଷ୍ଟେସନ୍‍କୁ ଟାବ୍‍ଲେଟ୍‍ ପ୍ରଦାନ କରାଯାଇଥିବାବେଳେ ମାର୍ଚ୍ଚ ୨୫ ସୁଦ୍ଧା ଅନ୍ୟ ଥାନାଗୁଡି଼କୁ ଟାବ୍‍ଲେଟ୍‍ ପ୍ରଦାନ କରାଯିବ।
ପୂର୍ବରୁ ପାସପୋର୍ଟ ପାଇଁ ଆବେଦନ କରିବା ପରେ ଯାଞ୍ଚ ପାଇଁ ଡାକ ଯୋଗେ ଜିଲ୍ଲା ପୋଲିସ୍‍ ମୁଖ୍ୟ କାର୍ଯ୍ୟାଳୟ,ଏସ୍‍ପି/ଡିସିପିଙ୍କ କାର୍ଯ୍ୟାଳୟରେ ଥିବା ପାସପୋର୍ଟ ସେକ୍ସନ୍‍କୁ ଆସୁଥିଲା। ସେଠାରୁ ସମ୍ପୃକ୍ତ ଥାନାକୁ ଯାଉଥିଲା। ସମ୍ପୃକ୍ତ ଥାନା କର୍ମଚାରୀ ଭେରିଫିକେସନ୍‍ କରିବା ପରେ ପାସପୋର୍ଟ ସେକ୍ସନ୍‍କୁ ପଠାଉଥିଲେ। କିନ୍ତୁଏହି “ଏମ୍‍- ପୋଲିସ୍‍” ମୋବାଇଲ୍‍ ଆପ୍ଲିକେସନ୍‍ ବ୍ୟବସ୍ଥା ପରେ ସାଧାରଣ ଲୋକଙ୍କ କୌଣସି ଅଭିଯୋଗ ରହିବ ନାହିଁ। ଅନ୍‍ଲାଇନରେ ଆବେଦନକାରୀଙ୍କ ବିବରଣୀ ପୋଲିସ୍‍ ଅଧିକାରୀଙ୍କ ପାଖରେ ପହଁଚିବା ପରେ ଟାବ୍‍ଲେଟ୍‍ ଜରିଆରେ ସମ୍ପୃକ୍ତ ଅଧିକାରୀ ଭେରିଫିକେସନ୍‍ ରିପୋର୍ଟ ପ୍ରଦାନ କରିବେ।ଏହି ବ୍ୟବସ୍ଥା ଫଳରେ ଅଳ୍ପ ସମୟ ମଧ୍ୟରେ ସାଧାରଣଲୋକମାନେ ପାସପୋର୍ଟ ପାଇବାରେ ସକ୍ଷମ ହୋଇପାରିବେ।

Comments are closed.