ଜୁନ ପହିଲାରୁ ମଧ୍ୟପ୍ରଦେଶରେ ଖୋଲିବ ତାଲା

ଭୋପାଳ: ଆସନ୍ତା ଜୁନ ପହିଲାରୁ ମଧ୍ୟପ୍ରଦେଶରେ ଧୀରେ ଧୀରେ ତାଲା ଖୋଲିବା ଆରମ୍ଭ ହେବ। ଏ ନେଇ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ ଶନିବାର ଘୋଷଣା କରିଛନ୍ତି। ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ରାଜ୍ୟକୁ ତାଲାବନ୍ଦ ରଖାଯାଇପାରିବ ନାହିଁ। ଧୀରେ ଧୀରେ ତାଲା ଖୋଲାଯିବ ବୋଲି ଚୌହ୍ବାନ କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟକୁ ପର୍ଯ୍ୟାୟକ୍ରମେ ଖୋଲାଯିବ। ରାଜ୍ୟରେ ଏବେ ସଂକ୍ରମଣ ହାର ହ୍ରାସ ପାଇ ୫%ରେ ପହଞ୍ଚିଛି। ସେହିପରି ଆରୋଗ୍ୟ ହାରରେ ମଧ୍ୟ ପ୍ରତିଦିନ ବୃଦ୍ଧି ଘଟୁଛି। ବର୍ତ୍ତମାନ ଆରୋଗ୍ୟ ହାର ୯୦%ରେ ପହଞ୍ଚିଛି। କରୋନା ସ୍ଥିତି ଏବେ ନିୟନ୍ତ୍ରଣାଧୀନ ରହିଛି। ତାଲା ଖୋଲାଯିବା ନେଇ ଲଗାତାର ଅଧିକାରୀମାନଙ୍କ ସହିତ ବୈଠକ ଜାରି ରହିଛି। ଖୁବ୍‌ଶୀଘ୍ର ତାଲା ଖୋଲିବାର ଯୋଜନା ଜନସାଧାରଣଙ୍କ ସମ୍ମୁଖରେ ରଖାଯିବ।

ସୂଚନାଯୋଗ୍ୟ, ମଧ୍ୟପ୍ରଦେଶରେ ସଂକ୍ରମଣ ହାର ହ୍ରାସ ପାଇଥିବାବେଳେ ଗତ ୨୪ ଘଣ୍ଟାରେ ୪୩୮୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଗୋଟିଏ ଦିନରେ ରାଜ୍ୟରେ ୭୯ ଜଣ କରୋନାରେ ପ୍ରାଣ ହରାଇଛନ୍ତି।

Comments are closed.