ମଧ୍ୟପ୍ରଦେଶରେ ବର୍ଷା ବିତ୍ପାତ ; ୧୨ ଜଣଙ୍କର ମୃତ୍ୟୁ

0

ଭୋପାଳ : ମଧ୍ୟପ୍ରଦେଶର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଛି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ବର୍ଷା ଜନିତ ମୃତ୍ୟୁ ସଂଖ୍ୟା ୧୨ରେ ପହଞ୍ଚିଛି। ଗତ ଦୁଇଦିନ ଧରି ରାଜ୍ୟରେ ପ୍ରବଳ ବର୍ଷା ଜାରିରହିଛି। କେତେକ ସ୍ଥାନରେ ବର୍ଷା ଯୋଗୁଁ ସଡକ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ରାଜ୍ୟର ଅଧିକାଂଶ ନଦୀର ଜଳସ୍ତର ବର୍ତ୍ତମାନ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଗତ ୨୪ଘଣ୍ଟା ମଧ୍ୟରେ ମନ୍ଦସର ଜିଲ୍ଲାରେ ୪ଜଣ ଲୋକ ଭାସିଯାଇଥିବାବେଳେ ଭୋପାଳରେ ପବଳ ବର୍ଷା ଯୋଗୁଁ ଏକ କାନ୍ଥ ଭୁଶୁଡି ପଡିବା ଫଳରେ ଦୁଇ ଶିଶୁଙ୍କ ସମେତ ୩ଜଣଙ୍କର ମୃତ୍ୟୁ ଘଟିଛି। ମଙ୍ଗଳବାର ଭୋପାଳରେ ୧୫୩.୯ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଯାହାକି ଚଳିତ ବର୍ଷା ଋତୁରେ ସର୍ବାଧିକ ବୋଲି ଜଣାପଡିଛି।
ଅନ୍ୟ ପକ୍ଷରେ ରାଜ୍ୟର ୨୧ଟି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାରେ ମଧ୍ୟ ଅନୁରୂପ ଭାବେ ବର୍ଷା ଲାଗି ରହିଥିବା ଜଣାପଡିଛି।

Leave A Reply