MEllora 950×100

ଦୁର୍ଘଟଣାରେ ୩ ସାମ୍ବାଦିକଙ୍କ ମୃତ୍ୟୁ; ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ବିଦିଶା ଜିଲ୍ଲାରେ ବଡ଼ ଧରଣର ସଡ଼କ ଦୁର୍ଘଟଣା ହୋଇଛି । ସଲାମତପୁର ଥାନା ଅନ୍ତର୍ଗତ ଲମ୍ବାଖେଡା ଠାରେ ଏହି ଦୁର୍ଘଟଣା ଘଟିଥିବା ବେଳେ, ଏଥିରେ ପ୍ରେସ କ୍ଲବ ସଭାପତିଙ୍କ ସମେତ ତିନିଜଣ ସାମ୍ବାଦିକଙ୍କ ମୃତ୍ୟୁ ଘଟିଛି । ସମ୍ବାଦିକ ମାନଙ୍କ ଗାଡ଼ିକୁ ଏକ ଅଜଣାଗାଡ଼ି ଧକ୍କା ଦେଇଥିବା କୁହାଯାଉଛି । ଦୁର୍ଘଟଣା ଘଟାଇବା ପ​‌ରେ ଘଟଣାସ୍ଥଳରୁ ଗାଡ଼ିଟି ଫେରାର ହୋଇଯାଇଛି ।

ପ୍ରେସ କ୍ଲବ ସଭାପତି ରାଜେଶ ଶର୍ମାଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ଘର ଖରି ଫାଟକରେ ବୋଲି ଜଣା ପଡ଼ିଛି । ସେହିପରି ସିନ୍ଧି କଲୋନୀର ସମ୍ବାଦିକ ସୁନୀଲ ଶର୍ମା ଓ ଆରଏମପି ନାଗରର ବାସିନ୍ଦା ସାମ୍ବାଦିକ ନରେନ୍ଦ୍ର ଦୀକ୍ଷିତଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ସାମ୍ବାଦିକ ମାନଙ୍କ ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଦୁଃଖ ପ୍ରକାଶ କରିଛନ୍ତି ।

ସେ ଟୁଇଟ୍ କରି ଦୁଃଖ ପ୍ରକାଶ କରିଥିବା ବେଳେ, ସେ ଲେଖିଛନ୍ତି ଏହି ଦୁର୍ଘଟଣାରେ ବିଦ୍ୟା ପ୍ରେସ କ୍ଲବ୍ ସଭାପତି ରାଜେଶ ଶର୍ମା ଏବଂ ସାଥୀ ସାମ୍ବାଦିକ ସୁନୀଲ ଶର୍ମା ଓ ନରେନ୍ଦ୍ର ଦୀକ୍ଷିତଙ୍କ ମୃତ୍ୟୁ ଖବର ଜାଣି ମୁଁ ଦୁଃଖିତ । ଭଗବାନଙ୍କୁ ପ୍ରାର୍ଥନା କରୁଛି ଅମର ଆତ୍ମାଙ୍କୁ ତାଙ୍କ ପାଦରେ ସ୍ଥାନ ଦିଅନ୍ତୁ । ଏହି ଗଭୀର ଦୁଃଖ ସହିବାକୁ ଭଗବାନ ସେମାନଙ୍କ ପରିବାର ସଦସ୍ୟଙ୍କୁ ଶକ୍ତି ଦିଅନ୍ତୁ ।

Comments are closed.