MEllora 950×100

ବସ ଅପେକ୍ଷାରେ ଥିଲେ ; ଟ୍ରକ ଧକ୍କାରେ ଗଲା ୬ ଜୀବନ

ରତଲାମ : ମଧ୍ୟପ୍ରଦେଶର ରତଲାମରେ ବଡ ଧରଣର ସଡକ ଦୁର୍ଘଟଣା ଘଟିଥିବା ନେଇ ସୋମବାର ଖବର ମିଳିଛି। ଏଠାରେ ଟ୍ରକ ଦୁର୍ଘଟଣାରେ ପ୍ରାୟ ୬ ଜଣଙ୍କ ଜୀବନ ଚାଲି ଯାଇଛି। ଏହାସହ ଅନେକ ଲୋକେ ଆହତ ମଧ୍ୟ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତକଙ୍କ ସଂଖ୍ୟା ଆହୁରି ବୃଦ୍ଧି ହୋଇପାରେ ବୋଲି ସନ୍ଦେହ କରାଯାଉଛି।
ମିଳିଥିବା ସୂଚନାନୁଯାୟୀ, ସାତରୁଣ୍ଡାରେ ଟାୟର ଫାଟିବାରୁ ଏକ ଟ୍ରକ ଅନିୟନ୍ତ୍ରିତ ହୋଇ ରାସ୍ତା ପାର୍‌‌ କରୁଥିବା ଲୋକଙ୍କ ଉପରେ ମାଡିଯାଇଥିଲା। ମୃତକଙ୍କ ମଧ୍ୟରେ ମହିଳା ମଧ୍ୟ ସାମିଲ ଅଛନ୍ତି। ଏହାସହ ପ୍ରାୟ ୧୧ ଜଣ ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଘଟଣା ବିଷୟରେ ଖବର ପାଇ ପୁଲିସ ଓ ଅନ୍ୟ ଅଧିକାରୀ ପହଞ୍ଚି ସଭିଁଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ମୃତଦେହକୁ ମଧ୍ୟ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଉକ୍ତ ଟ୍ରକଟି ରତଲାମରୁ ବଦନାବର ଯାଉଥିଲା। ଏଠାରେ ସାତରୁଣ୍ଡା ନିକଟରେ ଟ୍ରକଟି ଅନିୟନ୍ତ୍ରିତ ହୋଇ ବସଷ୍ଟପ୍‌‌ ଆଡକୁ ମାଡିଯାଇଥିଲା। ଏହାସହ ବସ ପାଇଁ ଅପେକ୍ଷା କରିଥିବା ଯାତ୍ରୀଙ୍କ ଉପରେ ମାଡି ଯାଇଥିଲା। ଟ୍ରକଟି ସେମାନଙ୍କ ଉପରେ ମାଡିବା ପରେ ବାଇକକୁ ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ଚିତ୍କାର ଶୁଣାଯାଇଥିଲା। ପୁଲିସ ମୃତାହତଙ୍କୁ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଜାରି ରଖିଛି।

Comments are closed.