ଚୁମ୍ବନ ଲାଗି ଗଲା ସାଂସଦ ପଦ: ସଂସଦ ଅଧିବେଶନ କାଳରେ ପ୍ରେମିକାଙ୍କୁ ଅଶ୍ଳୀଳ ଚୁମ୍ବନ ଦେଇ ସାଂସଦ ବରଖାସ୍ତ

ସଂସଦ ଅଧିବେଶନକାଳରେ ପ୍ରେମିକାଙ୍କ ସ୍ପର୍ଶକାତର ଅଞ୍ଚଳରେ ଚୁମ୍ବନ ଦେଇ ପଦ ହରାଇଛନ୍ତି ଆର୍ଜେଣ୍ଟିନାର ଜଣେ ସାଂସଦ। ଅନଲାଇନ ମିଟିଂରେ ତାଙ୍କର ଏହି ଚୁମ୍ବନ ରେକର୍ଡ଼ ହୋଇ ଯାଇଥିଲା ଓ ଯେଉଁଥିପାଇଁ ତାଙ୍କୁ ନିନ୍ଦିତ ହେବାକୁ ପଡ଼ିଥିଲା। ଏହି ଦୃଶ୍ୟ ଭରଚ୍ୟୁଆଲ ବିତର୍କ ନିମ​‌ନ୍ତେ ସଂସଦ ଭବନରେ ଲଗାଯାଇଥିବା ବିଶାଳ ସ୍କ୍ରିନରେ ମଧ୍ୟ ପ୍ରଦର୍ଶିତ ହୋଇଥିଲା । ଏହି ସାଂସଦଙ୍କ ନାମ ଜୁଆନ ଏମିଲିୟୋ ଅମେରୀ ଓ ସେ ରାଷ୍ଟ୍ରପତି ଅଲ୍ବର୍ଟୋ ଫର୍ଣାଣ୍ଡିଜଙ୍କ ପେରୋନିଷ୍ଟ ପାର୍ଟିର ସଦସ୍ୟ । ସେ ସାଲ୍ଟାର ଉତ୍ତରାଞ୍ଚଳର ପ୍ରତିନିଧିତ୍ଵ କରୁଛନ୍ତି ।

ଏହି ଘଟଣାକୁ ନେଇ ବିବାଦ ସୃଷ୍ଟି ହେବା ପରେ ଆର୍ଜେଣ୍ଟିନା ସଂସଦ ପକ୍ଷରୁ ଏକ ବିବୃତି ଜାରି କରାଯାଇଛି । ଯେଉଁଥିରେ କୁହାଯାଇଛି ଯେ ଏହି ଘଟଣା ନିମନ୍ତେ ସମ୍ପୃକ୍ତ ସାଂସଦଙ୍କଠାରୁ ଇସ୍ତଫା ପତ୍ର ନିଆଯାଇଛି , ଏହା ସହ ଏପରି ଦାୟିତ୍ଵହୀନ କାର୍ଯ୍ୟକଳାପକୁ ସାଂସଦ କେବେ ଗ୍ରହଣ କରିବ ନାହିଁ ବୋଲି ଏଥିରେ କୁହାଯାଇଛି ।

ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ସଂସଦର ଅନଲାଇନ ବୈଠକରେ ପେନସନ ପାଣ୍ଠି ନିବେଶ ସଂକ୍ରାନ୍ତ ଏକ ଆଲୋଚନା ଚାଲିଥିଲା । ଏହିସମୟରେ  ସାଂସଦ ଜୁଆନ ଏମିଲିଓଙ୍କ କୋଳରେ ବସିଥିବା ପ୍ରେମିକାଙ୍କ କଳା ରଙ୍ଗର ଟପ୍ କାଢ଼ି ଦେଇ ତାଙ୍କ ଖୋଲା ଦେହରେ ଚୁମ୍ବନ ଦେଉଥିବା ଦେଖାଯାଇଥିଲା । ଏହା ଅନଲାଇନରେ ପ୍ରଦର୍ଶିତ ହୋଇଥିଲା ଓ ସଂସଦ ଭବନରେ ଲାଗିଥିବା ବଡ଼ ସ୍କ୍ରିନରେ ମଧ୍ୟ ପ୍ରଦର୍ଶିତ ହୋଇଥିଲା ।

ଏ ସମ୍ପର୍କରେ ସାଂସଦ ଏମିଲିଓ କହିଛନ୍ତି ଯେ ଏହି ଘଟଣା ଘଟିବା ସମୟରେ ସେ ଅଫଲାଇନ ରହିଥିଲେ କିନ୍ତୁ ଖରାପ ଇଣ୍ଟରନେଟ୍ କନେକ୍ସନ କାରଣରୁ ଏହା ପ୍ରଦର୍ଶିତ ହୋଇଥିଲା।  ତାଙ୍କର ପ୍ରେମିକାଙ୍କର ନିକଟରେ ସ୍ତନ୍ୟ ଅପରେସନ ହୋଇଥିଲା । ସେ ଏହି କୋଠରୀକୁ ଆସିବା ବେଳକୁ ତାଙ୍କୁ ଲାଗିଲା ମିଟିଂ ସରି ଯାଇଛି ଓ କ୍ୟାମେରା ବନ୍ଦ ହୋଇ ଯାଇଛି । ଏହାପରେ ସେ ଅପରେସନ ହୋଇଥିବା ସ୍ଥାନକୁ ଦେଖିଥିଲେ ଓ ଚୁମ୍ବନ ଦେଇଥିଲେ ।

Comments are closed.