ଜାତୀୟ ରାଜପଥ କଡ଼ରେ ସାଂସଦଙ୍କ ଜନଶୁଣାଣୀ

ବେଗୁନିଆ : ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କୋଭିଡ-୧୯ ନିୟମକୁ ଉଲଘଂନ କରିଥିବା ଅଭିଯୋଗରେ ସିଏମସି ପକ୍ଷରୁ ତାଙ୍କ କାର୍ଯ୍ୟାଳୟକୁ ୧୫ଦିନ ପାଇଁ ସିଲ୍ କରିଦିଆ ଯାଇଛି। ତେବେ ସେ ନିଜ ନିର୍ବାଚନ ମଣ୍ଡଳୀରେ ବୁଲିବୁଲି  ଜନ ଶୁଣାଣି କରୁଛନ୍ତି।
ଗୁରୁବାର ଦିନ ପୂର୍ବାହ୍ନରେ ବ୍ଲକ କାର୍ଯ୍ୟାଳୟ ସଂଲଗ୍ନ ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ପାର୍ଶ୍ଵରେ ପ୍ରବଳ ଲଘୁଚାପ ବର୍ଷା ସତ୍ବେ ଅନୁଷ୍ଠିତ ହୋଇଥିଲା । ଏଥିରେ ମୋଟ ୨୫୦ ଗୋଟି ଅଭିଯୋଗ ଗ୍ରହଣ କରାଯାଇଛି । ସାଂସଦ ପ୍ରତିନିଧି ଅନୁ ଚୌଧୁରି, ଖୋର୍ଦ୍ଧା ଜିଲ୍ଲା ବିଜେପି ସଭାପତି ରଶ୍ମି ରଞ୍ଜନ ମହାପାତ୍ର ଓ ସାଧାରଣ ସମ୍ପାଦକ ପ୍ରକାଶ ବିଜୁଳି ସମେତ ସମସ୍ତ କାର୍ଯ୍ୟକାରୀ ସଦସ୍ୟ ଓ କର୍ମକର୍ତ୍ତାମାନେ ସହଯୋଗ କରିଥିଲେ ।
Comments
Loading...