ସାଂସଦ ପରିଦର୍ଶନ କଲେ ରୂପାନ୍ତରୀକରଣ ସ୍କୁଲ

ଝୁମ୍ପୁରା: କେନ୍ଦୁଝର ସାଂସଦ ସୁଶ୍ରୀ ଚନ୍ଦ୍ରାଣୀ ମୁର୍ମୁ ଶନିବାର ଦିନ ଝୁମ୍ପୁରା ବ୍ଲକର ରୂପାନ୍ତରୀକରଣ ହେଉଥିବା ଗୁମୁରା ଉଚ୍ଚ ବିଦ୍ୟାଳୟକୁ ପରିଦର୍ଶନ କରିଛନ୍ତି। ସଂପ୍ରତି ସରକାର ସ୍କୁଲ ଗୁଡିକ ଉନ୍ନତି କରଣ କରିବା ସହିତ ସରକାରୀ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ମାନଙ୍କୁ ସବୁ ବିଭାଗରେ ସ୍ମାର୍ଟ କରିବାର ଲକ୍ଷ୍ୟ ରଖି ସ୍କୁଲ ଗୁଡିକର ଉନ୍ନତି କରଣ କରି ଚାଲିଛି। ବିଦ୍ୟାଳୟର ରୂପାନ୍ତରୀକରଣ ଠିକ୍‍ ଭାବରେ ହେଉଥିବାରୁ ସାଂସଦ ଖୁସି ଅନୁଭବ କରିଥିଲେ। ସାଂସଦଙ୍କ ଗସ୍ତ ସମୟରେ ବିଜୁ ଜନତା ଦଳର ସଭାପତି ମାଧବ ସର୍ଦ୍ଦାର, ଝୁମ୍ପୁରା ବ୍ଲକ ବିଜୁ ଜନତା ଦଳର ସଭାପତି କଫିଲ ଆନସରୀ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.