ସାଂସଦଙ୍କ ଦାବି, ପୁନଃ ପ୍ରଦାନ କରାଯାଉ ଉନ୍ନୟନ ପାଣ୍ଠି

ନୂଆଦିଲ୍ଲୀ: ସାଂସଦ ଆଞ୍ଚଳିକ ଉନ୍ନୟନ ଯୋଜନା ଅଧୀନରେ ସାଂସଦମାନଙ୍କୁ ନିଜ ନିର୍ବାଚନମଣ୍ଡଳୀର ବିକାଶ ନିମନ୍ତେ ଦିଆଯାଉଥିବା ଅର୍ଥକୁ (ଏମପିଏଲଏଡି) ପୁନଃ ଲାଗୁ କରିବାକୁ ସାଂସଦମାନେ ସରକାରଙ୍କୁ ନିବେଦନ କରିଛନ୍ତି। କରୋନା ମହାମାରୀ ପାଇଁ ସରକାର ସାଂସଦଙ୍କ ଏହି ପାଣ୍ଠିକୁ ସ୍ଥଗିତ ରଖିଛନ୍ତି। ଗତବର୍ଷ ଠାରୁ ସାଂସଦମାନଙ୍କୁ ଏହି ପାଣ୍ଠି ଆଉ ଦିଆଯାଉ ନାହିଁ। ତେବେ ବାଚସ୍ପତି ଓମ୍ ବିର୍ଲାଙ୍କ ଆହୁତ ସର୍ବଦଳୀୟ ବୈଠକରେ ସାଂସଦମାନେ ଏହି ନିବେଦନ କରିଛନ୍ତି। ସାଂସଦମାନେ କହିଛନ୍ତି ଯେ ଉନ୍ନୟନ ପାଣ୍ଠି ବିନା ସେମାନେ ଶକ୍ତି ହୀନ ଓ ନିସହାୟ ହୋଇପଡିଛନ୍ତି। ସାଂସଦଙ୍କ ଏହି ନିବେଦନକୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟରେ ଉପସ୍ଥାପନ କରିବେ ବୋଲି କହିଛନ୍ତି। ତେବେ ଏହାକୁ ପୁନଃ ପ୍ରଚଳନ କରିବାକୁ ସମୟ ଲାଗିବ ବୋଲି କହିଛନ୍ତି।

Comments are closed.