ମଧ୍ୟପ୍ରଦେଶରେ ବନ୍ୟାଜଳରେ ଫସିଥିବା ୧୮୩ ଜଣ ଛାତ୍ରୀ ଉଦ୍ଧାର

ଭୋପାଳ – ମଧ୍ୟପ୍ରଦେଶର ଖଣ୍ଢଓ୍ୱାରେ ଥିବା କନ୍ୟା ଶିକ୍ଷା ପରିସର ବିଦ୍ୟାଳର ଛାତ୍ରୀନିବାସରେ ଫସି ରହିଥିବା ୧୮୩ଙ୍କୁ ଉଦ୍ଧାର କରାଯାଇଛି । ସୋମବାରରେ ଏହି ଛାତ୍ରୀନିବାସରେ ବନ୍ୟା ଜଳ ପଶିଯାଇଥିଲା । ସେହି ସମୟରେ ହଷ୍ଟେଲର ପରିଚାଳକ ସେଠାରେ ଉପସ୍ଥିତ ନଥିଲେ । ଏହାପରେ ଜିଲ୍ଲା ପ୍ରଶାନ ନିକଟରେ ବନ୍ୟା ପାଣି ଘେରରେ ୧୮୩ ଜଣ ଛାତ୍ରୀ ଫଶି ରହିଥିବାର ଖବର ପହଞ୍ଚିଥିଲା । ବନ୍ୟାଜଳ ହଷ୍ଟେଲର ଛାତ ଛୁଇଁଥିଲା । ଏଥିଲେ ଥିବା ଅନ୍ତେବାସୀ ପାଣ ଭିତରେ ଫସିଯାଇଥିଲେ ।

ଏହାପରେ ସେ ଉଦ୍ଧାରକାରୀ ଦଳଙ୍କ ପଠାଯାଇଥିଲା । ସେହି ସମୟରେ ସମସ୍ତେ ଛାତ ଉପରେ ଆଶ୍ରୟ ନେଇଥିଲେ । ପରେ ସେମାନଙ୍କୁ ଉଦ୍ଧାରକାରୀ ଦଳ ଉଦ୍ଧାର କରିବା ସହ ଏକ ଆଶ୍ରୟସ୍ଥଳକୁ ଆଣିଥିଲେ । ସେଠାରେ ଛାତ୍ରୀମାନଙ୍କୁ ବିଶୁଦ୍ଧ ଜଳ ସହ ଖାଦ୍ୟ ଦିଆଯାଇଥିଲା । ମାତ୍ର ହଷ୍ଟେଲ ପରିଚାଳକ ସେଠାରେ ଉପସ୍ଥିତ ନଥିବାରୁ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

Comments are closed.