ରାଜମିସ୍ତ୍ରୀଙ୍କୁ ଉପକରଣ ବଂଟନ କଲେ ସାଂସଦ ଡ.ଅଚ୍ୟୁତାନନ୍ଦ ସାମନ୍ତ

ହରଭଙ୍ଗା : ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ କାର୍ଯ୍ୟାଳୟ ପ୍ରାଙ୍ଗଣରେ ବୁଧବାର କିଟ ପକ୍ଷରୁ ବ୍ଲକସ୍ତରୀୟ ରାଜମିସ୍ତ୍ରୀମାନଙ୍କୁ ଉପକରଣ ବଂଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ କନ୍ଧମାଳ ସାଂସଦ ଡ.ଅଚ୍ୟୁତାନନ୍ଦ ସାମନ୍ତ ମୁଖ୍ୟ ଅତିଥିଭାବେ ଯୋଗଦାନ କରି ୧୨୦ଜଣ ରାଜମିସ୍ତ୍ରୀମାନଙ୍କୁ ଉପକରଣ ବଂଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥିଭାବେ ହରଭଙ୍ଗା ବି.ଡି.ଓ ନୀଳକଣ୍ଠ ବେହେରା,ବ୍ଲକ ଅଧ୍ୟକ୍ଷ ବିଶ୍ୱଜିତ ମିଶ୍ର,ସ୍ଥାନୀୟ ସଂରପଚ ଟି.ରାଜଲକ୍ଷ୍ମୀ ପାତ୍ର ପ୍ରମୁଖ ଯୋଗଦାନ କରିଥିଲେ।

Comments are closed.