ମଧ୍ୟପ୍ରଦେଶ ସରକାରଙ୍କ ଉପରେ କମ୍ପ୍ୟୁଟର ବାବା ଖପ୍ପା, ଫେରାଇଲେ ରାଜ୍ୟମନ୍ତ୍ରୀ ପାହ୍ୟା

0

ଭୋପାଳ : ମଧ୍ୟପ୍ରଦେଶ ସରକାରରେ ରାଜ୍ୟମନ୍ତ୍ରୀ ପାହ୍ୟା ପାଇଥିବା କମ୍ପ୍ୟୁଟର ବାବା ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସରକାରଙ୍କ ଦ୍ୱାରା ଉପେକ୍ଷିତ ହେବା ପରେ ସେ ରାଜ୍ୟମନ୍ତ୍ରୀ ପଦ ଫେରାଇ ଦେବା ପାଇଁ ନିଷ୍ପତ୍ତି ନେଇଥିଲେ ବୋଲି ସୋମବାର ଘୋଷଣା କରିଛନ୍ତି। କମ୍ପ୍ୟୁଟର ବାବା ଅଭିଯୋଗ କରିଛନ୍ତି ଯେ ଶିବରାଜ ସିଂହ ଧର୍ମ ଓ ସନ୍ଥ ସମାଜକୁ ଉପେକ୍ଷା କରିଛନ୍ତି। ସରକାର ଧର୍ମ ପାଇଁ କିଛି କରିନାହାନ୍ତି। ଧର୍ମ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦାସୀନତାକୁ ଦେଖି ସେ ରାଜ୍ୟ ମନ୍ତ୍ରୀ ପାହ୍ୟାରୁ ଇସ୍ତଫା ଦେଇଛନ୍ତି। ସେ ଗାଈ, ଖନନ ଏବଂ ନର୍ମଦା ସଂରକ୍ଷଣ ପାଇଁ ସରକାରଙ୍କ ସହ କଥା ହୋଇଥିଲେ ଓ ଏକ ଶୋଭାଯାତ୍ରା ବାହାର କରିବାକୁ ଚାହୁଁଥିବା ଜଣାଇଥିଲେ। ମାତ୍ର ସରକାର ତାଙ୍କୁ ଶୋଭାଯାତ୍ରା ବାହାର କରିବାକୁ ଅନୁମତି ଦେଇନଥିଲା। ଏଥିରେ ଅସନ୍ତୋଷ ପ୍ରକାଶ କରି ସେ ଇସ୍ତଫା ଦେବା ଭଳି ପଦକ୍ଷେପ ନେଇଛନ୍ତି।

Leave A Reply