କମଳନାଥଙ୍କ ହାତରେ ମଧ୍ୟପ୍ରଦେଶ; ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ

0

ଭୋପାଳ: ସୋମବାର କମଳନାଥ ମଧ୍ୟପ୍ରଦେଶର ୧୮ତମ ମୁଖ୍ୟମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରିଛନ୍ତି । ମଧ୍ୟପ୍ରଦେଶର ରାଜ୍ୟପାଳ ଆନନ୍ଦୀବେନ ପଟେଲ ତାଙ୍କୁ ଶପଥ ପାଠ କରାଇଛନ୍ତି । କମଳନାଥ ଚିନ୍ଦୱାରରେ ଲଗାତର ଭାବେ ୯ ଥର ସାଂସଦ ହୋଇଛନ୍ତି । ୧୯୭୯ ମସିହାରେ ପ୍ରଥମ ଥର ଚିନ୍ଦୱାରରୁ ନିର୍ବାଚନ ହୋଇଥିଲେ ଓ ଏହା ପରେ ୧୯୮୪, ୧୯୯୦, ୧୯୯୧, ୧୯୯୮, ୧୯୯୯, ୨୦୦୪, ୨୦୦୯ ଏବଂ ୨୦୧୪ରେ ଲୋକସଭା ପାଇଁ ନିର୍ବାଚିତ ହୋଇଥିଲେ ।

ଶପଥ ଗ୍ରହଣ ସମାରୋହରେ କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀ, ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ଅଖିଳ ଭାରତୀୟ କଂଗ୍ରେସ ସମିତିର ମହାସଚିବ ମଲ୍ଲିକାର୍ଜୁନ ଖଡଗେ, ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗହଲେଟ୍, ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ, ସାଂସଦ ଜ୍ୟୋତିରାଦିତ୍ୟ ସିଂଧିୟା, କର୍ଣ୍ଣାଟକର ପୂର୍ବ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ଏବଂ ପଞ୍ଜାବର ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁ ଉପସ୍ଥିତ ଥିଲେ ।

ସୂଚନାଯୋଗ୍ୟ, ମଧ୍ୟପ୍ରଦେଶ ୨୮ ନଭେମ୍ବରରେ ମତଦାନ ହୋଇଥିଲା ଏବଂ ଡିସେମ୍ବର ୧୧ ତାରିଖରେ ଏହାର ଫଳାଫଳ ଘୋଷଣା ହୋଇଥିଲା। ମଧ୍ୟପ୍ରଦେଶରେ ୨୩୦ ବିଧାନସଭା ଆସନରୁ କଂଗ୍ରେସ ୧୧୪ ଟି ଆସନ ହାସଲ କରିଥିଲା।

Leave A Reply