ବିଜେପି ସଦସ୍ୟ ଗୋପାଳ ଭାର୍ଗବଙ୍କୁ ନିର୍ବାଚନ କମିଶନ୍‍ଙ୍କ ତାଗିଦା

ମଧ୍ୟପ୍ରଦେଶ: ନିର୍ବାଚନ କମିଶନ୍‍ ମଧ୍ୟପ୍ରଦେଶ ବିଧାନସଭା ବିରୋଧୀ ଦଳ ନେତା ତଥା ବିଜେପି ସଦସ୍ୟ ଗୋପାଳ ଭାର୍ଗବଙ୍କୁ ଭବିଷ୍ୟତରେ ନିର୍ବାଚନ ସଭାଗୁଡ଼ିକରେ ଉଦବୋଧନ ଦେବା ସମୟରେ ସତର୍କ ରହିବା ପାଇଁ ତାଗିଦ କରିଛନ୍ତି। ଝାବୁଆ ଆସନ ଉପନିର୍ବାଚନ ପାଇଁ ଏକ ସଭାରେ ସେ ଦେଇଥିବା ଭାଷଣ ପରିପ୍ରେକ୍ଷୀରେ ନିର୍ବାଚନ କମିଶନ୍‍ ତାଙ୍କୁ ଏହି ସତର୍କତା ଜାରି କରିଛି ନିର୍ବାଚନ କମିଶନ୍‍।

ଏକ ର‍୍ୟାଲି ସମୟରେ ଭାର୍ଗବ ବିଜେପି ପ୍ରାର୍ଥୀଙ୍କୁ ଭୋଟ୍‍ ଦେବାକୁ ଲୋକମାନଙ୍କୁ ଅନୁରୋଧ କରି କହିଥିଲେ ଯେ ବିଜେପି ପ୍ରାର୍ଥୀ ଭାନୁ ଭୁରିଆ ଭାରତକୁ ପ୍ରତିନିଧିତ୍ୱ କରୁଛନ୍ତି ଓ ତାଙ୍କ ବିପକ୍ଷରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା କଂଗ୍ରେସ ପ୍ରାର୍ଥୀ କାନ୍ତି ଲାଲ ଭୁରିଆ ପାକିସ୍ତାନକୁ ପ୍ରତିନିଧିତ୍ୱ କରୁଛନ୍ତି ବୋଲି କହିଥିଲେ। ନିର୍ବାଚନ କମିଶନ୍‍ କହିଛି, ଭାର୍ଗବଙ୍କ ଏହି ମନ୍ତବ୍ୟ ନିର୍ବାଚନ ଆଚରଣ ବିଧିକୁ ଲଙ୍ଘନ କରୁଛି।

କାନ୍ତି ଲାଲ ଭୁରିଆ କଂଗ୍ରେସର ଜଣେ ବରିଷ୍ଠ ନେତା ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ରହିସାରିଛନ୍ତି। ଭାର୍ଗବ ନିର୍ବାଚନ ପ୍ରଚାର ସମୟରେ ଲୋକମାନଙ୍କୁ କହିଥିଲେ ଯେ ସେମାନେ ଵିକେପିକୁ ଜିତାଇଲେ ଶିବରାଜ ସିଂହ ଚୌହାନ ପୁଣି ମୁଖ୍ୟମନ୍ତ୍ରୀ ହେବେ।

Comments are closed.