ଦେଶରେ କୀର୍ତ୍ତିରାଜି ୩୬୯୩, ରାଜ୍ୟରେ ୮୦: ବାଇ ଲ’ ପ୍ରସଙ୍ଗରେ ମୁଁ ସଂସ୍କୃତି ମନ୍ତ୍ରଣାଳୟ ସହ ବିସ୍ତୃତ କଥା ହୋଇଛି-ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ବର: ରାଜଧାନୀରେ ଲାଗିଥିବା ନିଖୋଜ ପୋଷ୍ଟର ନେଇ ସାଂସଦ ଅପରାଜିତା ଷଡ଼ଙ୍ଗୀ ଏଠାରେ ସାମ୍ବାଦିକ ସମ୍ମିଳନୀରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ ନିଖୋଜ ପୋଷ୍ଟର ହ୍ୱାଟ୍ସଆପରେ ପାଇଥିଲି। ଯେଉଁମାନେ ମୋର ନିଖୋଜ ପୋଷ୍ଟର ଲଗାଇଛନ୍ତି ସେହି ବନ୍ଧୁମାନେ ମୋର ଶୁଭେଚ୍ଛୁ। ସେମାନଙ୍କୁ ଧନ୍ୟବାଦ ଜଣାଉଛି। ସଂସଦ ଚାଲିଥିବାରୁ ମୁଁ ଦିଲ୍ଲୀରେ ଉପସ୍ଥିତ ଥିଲି । ମୁଁ ପୁଣି ସଂସଦର ଅଧିବେଶନରେ ଭାଗ ନେବି। ଏଥର ସହର ପ୍ରତ୍ୟେକ ଗଳିକନ୍ଦିରେ ପୋଷ୍ଟର ଲଗାନ୍ତୁ।
ଏକାମ୍ରକ୍ଷେତ୍ର ବାଇ-ଲ ପ୍ରସଙ୍ଗରେ ଅପରାଜିତା କହିଛନ୍ତି ଯେ ବାଇ-ଲ ସମ୍ପର୍କରେ ସରକାରୀ ଅଧିକାରୀଙ୍କ ସହ କଥା ହୋଇଛି । ବାଇ-ଲ କଥା ବୁଝିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ। ସମସ୍ତେ ହାତ ମିଶାଇ କାମ କଲେ ସମସ୍ୟାର ସମାଧାନ ହେବ। ମୁଁ ବିଜେପି କର୍ମୀ ଭାବେ ନୁହେଁ ସାଂସଦ ଭାବେ କହୁଛି ବୋଲି ଅପରାଜିତା କହିଛନ୍ତି। ଆରୋପ୍ ପ୍ରତ୍ୟାରରୋପରେ କିଛି ହେବ ନାହିଁ। ବାଇ-ଲ କଥା ବୁଝିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛି। ସମସ୍ତେ ହାତ ମିଶାଇ କାମ କଲେ ସମସ୍ୟାର ସମାଧାନ ହେବ। ମୁଁ ବିଜେପି କର୍ମୀ ଭାବେ ନୁହେଁ ସାଂସଦ ଭାବେ କହୁଛି ବୋଲି ଅପରାଜିତା କହିଛନ୍ତି ।
କେତେକ ନିର୍ଦ୍ଧିଷ୍ଟ ପ୍ରସଙ୍ଗରେ ଲୋକଙ୍କୁ ଭ୍ରମିତ କରିବା ପାଇଁ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି। କୀର୍ତ୍ତିରାଜି ଅଞ୍ଚଳରେ ଉଚ୍ଛେଦ ପ୍ରକ୍ରିୟାରେ ଏଏସଆଇକୁ ସାମିଲ କରାଯାଇନାହିଁ । ଏଏସଆଇକୁ ରାଜ୍ୟ ସରକାର ସବିଶେଷ ରିପୋର୍ଟ ଦେଇନାହାନ୍ତି କାହିଁକି? ଲିଙ୍ଗରାଜ-ଶ୍ରୀମନ୍ଦିର ବିକାଶ ରୂପରେଖ ପ୍ରସ୍ତୁତି ପାଇଁ କେଉଁ ଆର୍କିଓଲୋଜି ଫାର୍ମକୁ ଦାୟିତ୍ୱ ଦିଆଯାଇଛି। ଏ ବାବଦରେ ଜନସାଧାରଣଙ୍କୁ ଅବଗତ କରାଯାଉ। ସେହିଭଳି ପୁରୀର ଏମ୍‌ଆର ମଠ ଭାଙ୍ଗିବା ପୂର୍ବରୁ ତାର ଡିଟେଲ୍ ମ୍ୟାପିଂ କରାଯାଇଥିଲା କି ବୋଲି ଅପରାଜିତା ପ୍ରଶ୍ନ କରିଛନ୍ତି।

 

ବାଇ ଲ’ ପ୍ରସଙ୍ଗରେ ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ଯେ ବାଇ ଲ’ ପ୍ରସଙ୍ଗରେ ମୁଁ ସଂସ୍କୃତି ମନ୍ତ୍ରଣାଳୟ ସହ ବିସ୍ତୃତ କଥା ହୋଇଛି। ଆରୋପ ପ୍ରତ୍ୟାରୋପରେ କିଛି ହେବନି। ସମସ୍ତେ ଓଡ଼ିଶାର ବିକାଶ ଚାହୁଁଛୁ। ତର୍କ ବିତର୍କରେ ଲାଭ ନାହିଁ। ବିକାଶର କୌଣସି ଦଳ ନଥାଏ। ଆମ ଦେଶରେ ୩୬୯୩ଟି କୀର୍ତ୍ତିରାଜିରୁ ୮୦ଟି ଆମ ରାଜ୍ୟରେ ରହିଛି। ଏସବୁ କୀର୍ତ୍ତିରାଜିର ରକ୍ଷଣାବେକ୍ଷଣ ନେଇ ଆଇନରେ ସ୍ପଷ୍ଟ ରହିଛି। କୀର୍ତ୍ତିରାଜିର ପ୍ରଥମ ୧୦୦ ମିଟର ନିଷିଦ୍ଧାଞ୍ଚଳ ବୋଲି ଆଇନରେ ଉଲ୍ଲେଖ ରହିଛି। ୧୦୦ ମିଟର ମଧ୍ୟରେ କୌଣସି ନିର୍ମାଣ କାର୍ଯ୍ୟ କରାଯାଇ ପାରିବନି। ୨ଶହ ମିଟର ମଧ୍ୟରେ ନିର୍ମାଣ କାର୍ଯ୍ୟ ପାଇଁ ସଂସ୍କୃତି ନିର୍ଦେଶକ ଅନୁମତି ଦେବା ପାଇଁ ନିବେଦନ କରାଯାଇ ପାରିବ। ଏ ସଂକ୍ରାନ୍ତ ଅନୁମତି ଦେବାକୁ ସଂସ୍କୃତି ନିର୍ଦେଶକ ଏନ୍‌ଏମ୍‌ଏକୁ ଅନୁରୋଧ କରିପାରିବେ, ଏନ୍‌ଏମ୍‌ଏ ଅନୁମତି ଦେବା ପରେ ସେସବୁ ସ୍ଥାନରେ ନିର୍ମାଣକାର୍ଯ୍ୟ ହୋଇପାରିବ। ଆମେ ଯଦି ୨୦୦ ମିଟର ମଧ୍ୟରେ ନିର୍ମାଣ କାର୍ଯ୍ୟ କରିବାକୁ ଅନୁମତି ମାଗିବା, ସେଥିରେ କେନ୍ଦ୍ର ସରକାର ବାଧା ଦେବନାହିଁ। ଯେଉଁ ୫ଟି ହେରିଟେଜ୍‌କୁ ନେଇ ବାଇ-ଲ ଡ୍ରାଫ୍ଟ ପ୍ରସ୍ତୁତ କରାଯାଇଥିଲା ସେଥିରେ ଜଗନ୍ନାଥ ମନ୍ଦିର ଥିଲା । ହେଲେ ସେଥିରେ ଲିଙ୍ଗରାଜ ମନ୍ଦିର ନଥିଲା। ଯାହା ଏନ୍‌ଏମ୍‌ଏ ୱେବସାଇଟ୍‌ରେ ଉଲ୍ଲେଖ ରହିଥିଲା। ତେବେ ଆପତ୍ତି ଅଭିଯୋଗ ଉଠିବା ପରେ ଜଗନ୍ନାଥ ମନ୍ଦିର ସମ୍ପର୍କରେ ବାଇ-ଲ ଡ୍ରାଫ୍ଟକୁ ପ୍ରତ୍ୟାହାର କରାଯାଇଛି। ମୁଖ୍ୟତଃ ଲିଙ୍ଗରାଜ ମନ୍ଦିରର ବାଇ-ଲ ଡ୍ରାଫ୍ଟ ତିଆରି ହୋଇ ନଥିବା ସେ ସ୍ପଷ୍ଟ କରିଛନ୍ତି।

Comments are closed.