କରୋନା: ମଧ୍ୟପ୍ରଦେଶ-ରାଜସ୍ଥାନ ସୀମା ସିଲ୍‌

ଜୟପୁର: କରୋନା ଭୂତାଣୁର ମୁକାବିଲା ଲାଗି ମଧ୍ୟପ୍ରଦେଶ ଏବଂ ରାଜସ୍ଥାନ ସୀମାକୁ ସିଲ୍‌ କରିଦିଆଯାଇଛି। ଭୂତାଣୁ ବ୍ୟାପିବାରେ ରୋକ୍‌ ଲଗାଇବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ଦେଶରେ ଏବଂ ସମ୍ପୃକ୍ତ ରାଜ୍ୟଗୁଡ଼ିକରେ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ସୀମାନ୍ତବର୍ତ୍ତୀ ଜିଲାର ଜିଲାପାଳ ଏହି ନିଷ୍ପତ୍ତି ନେଇଛନ୍ତି। ରାଜସ୍ଥାନର ଭିଲୱାଡ଼ା ଜିଲାରେ କରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଇବା ପରେ ଜିଲାପାଳ ଏହି ଆଦେଶ ଜାରି କରିଛନ୍ତି। ଏହା ସହିତ ନୟଗାଓଁ ଏବଂ ସିଙ୍ଗୋଲି ସୀମାକୁ ବି ସିଲ୍‌ କରିଦିଆଯାଇଛି।

Comments are closed.