ନଦୀକୁ ଟ୍ରକ୍‌ ଖସି ୧୦ ମୃତ, ୨୦ ଆହତ

0

ଭୋପାଳ : ମଧ୍ୟପ୍ରଦେଶ ସିଧି ଜିଲାରେ ମଙ୍ଗଳବାର ରାତିରେ ଏକ ଟ୍ରକ୍‌ ସୋନ ନଦୀକୁ ଖସିପଡିବାରୁ ଅନ୍ୟୁନ୍‌ ୧୦ ଜଣ ପ୍ରାଣ ହରାଇଥିବାବେଳେ ୨୦ ଜଣ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲକୁ ପଠାଇଛନ୍ତି । ସୂଚନା ଅନୁସାର ଏହି ଟ୍ରକ୍‌ରେ ପ୍ରାୟ ୩୦ ଜଣ ଲୋକ ବସି କୌଣସି ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିଲେ । ବାଟରେ ହନୁମାନ ମାର୍ଗସ୍ଥିତ ହନୁମାନ ପୋଲରେ ଭାରସାମ୍ୟ ହରାଇ ଟ୍ରକ୍‌ଟି ନଦୀ ଗର୍ଭକୁ ଖସି ପଡିଥିଲା । ଘଟଣା ଜଣାପଡିବା ପରେ ଜିଲା ପ୍ରଶାସନ ଅଧିକାରୀ, ପୁଲିସ୍‌ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

Leave A Reply