ବିଜେପି ମୁଖପାତ୍ର ସମ୍ବିତ ପାତ୍ରଙ୍କୁ ଓକିଲ ନୋଟିସ ପଠାଇଲେ ବିଧାୟକ ମହମ୍ମଦ ମୋକିମ୍

କଟକ: ପରୀ ଘଟଣାରେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଡ. ସମ୍ବିତ ପାତ୍ର ୯ ଜଣ କଂଗ୍ରେସ ବିଧାୟକମାନଙ୍କ ବିରୋଧରେ ଦେଇଥିବା ଟିପ୍ପଣୀ ଓ ଏହି ଘଟଣାକୁ ନେଇ କଂଗ୍ରେସର ପୂର୍ବତନ ସଭାପତି ରାହୁଳ ଗାନ୍ଧୀଙ୍କୁ ନିଶାଣ କରି ନିଜର ହୀନମନ୍ୟତାର ପରିଚୟ ଦେଇଛନ୍ତି ବୋଲି କହିଛନ୍ତି ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ୍ । ଏଥିପାଇଁ ସେ ସମ୍ବିତ ପାତ୍ରଙ୍କ ବିରୋଧରେ  ଓକିଲ ନୋଟିସ ପଠାଇଛନ୍ତି ।

ଶ୍ରୀ ମୋକିମ୍ କହିଛନ୍ତି ଯେ ଡ଼. ପାତ୍ର ଯେପରି ଭାବେ ଅରୁଚିକର ଓ ନିରାଧାର ମନ୍ତବ୍ୟ ଦେଇଛନ୍ତି ତାହା ଅତ୍ୟନ୍ତ କ୍ଷୋଭର ବିଷୟ।  ଡଃ.ପାତ୍ର ଶସ୍ତା ଲୋକପ୍ରିୟତା ପାଇଁ କଂଗ୍ରେସ ବିଧାୟକମାନଙ୍କ ପ୍ରତି ପରୀ ଘଟଣାରେ ପଇସା ଖାଇବା ତଥା ଅଶାଳୀନ ଆକ୍ଷେପ କରିବା ତାଙ୍କର ଦୁର୍ବଳ ଓ ହତାଶା ମାନସିକତାର ପରିଚୟ ଦେଇଛନ୍ତି । ଏହି  ମନ୍ତବ୍ୟ ବିଧାୟକ ମୋକିମଙ୍କ ପ୍ରତିଷ୍ଠା ଓ ମାନ ସମ୍ମାନରେ ଅଶେଷ କ୍ଷତି ଘଟାଇଛି । ଐତିହାସିକ କଟକ ସହରର ଲୋକ ପ୍ରତିନିଧି ଭାବେ ତାଙ୍କ ପ୍ରତି ଡଃ.ପାତ୍ରଙ୍କ ଅଶାଳୀନ ଟିପ୍ପଣୀ ପରୋକ୍ଷରେ କଟକ ସହରବାସୀଙ୍କ ସ୍ଵାଭିମାନକୁ ଉପହାସ କରିବା ଏବଂ ଓଡିଶାର ଅଗଣିତ କଂଗ୍ରେସ କର୍ମୀଙ୍କ ମନରେ ଯେଉଁ ବ୍ୟଥା ସୃଷ୍ଟି ହୋଇଛି ସେଥିପାଇଁ ତୁରନ୍ତ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଡଃ.ପାତ୍ର ଯୋଡ ହସ୍ତରେ ସର୍ବସାଧାରଣରେ କ୍ଷମା ପ୍ରାର୍ଥନା କରିବାକୁ ଶ୍ରୀ ମୋକିମ ଦାବି କରିଛନ୍ତି । ଅନ୍ୟଥା ଭାରତୀୟ ପିଙ୍ଗଳ କୋଡର ୧୮୬୦ ଧାରା ଅନୁଯାୟୀ ମାନ୍ୟବର ଅଦାଲତଙ୍କ ଦ୍ଵାରସ୍ଥ ହେବେ ବୋଲି ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ ଚେତାଇ ଦେବା ସଙ୍ଗେ ସଙ୍ଗେ ଡଃ.ପାତ୍ରଙ୍କ ବିରୋଧରେ ଏକ ଓକିଲ ନୋଟିସ ଜାରି କରିଛନ୍ତି ।

Comments are closed.