ଘୁଞ୍ଚିଲା ସୁନା ଅଳଙ୍କାରର ହଲ୍‌ମାର୍କିଂ : ଥିଲା ୨୦୨୧ ଜାନୁଆରୀ ୧୫, ହେଲା ଜୁନ୍‌ ପହିଲା

ନୂଆଦିଲ୍ଲୀ  : ଦେଶରେ ବାଧ୍ୟତାମୂଳକ ହୋଇଛି ସୁନା ଅଳଙ୍କାରର ହଲ୍‌ମାର୍କିଂ । ପୂର୍ବରୁ ଏ ନେଇ ସରକାର ୨୦୨୧ ଜାନୁଆରୀ ୧୫ ସମୟସୀମା ଧାର୍ଯ୍ୟ କରାଯାଇଥିଲା । ଏବେ ସରକାର ଏହାକୁ ଆଉ ୪ ମାସ ଅର୍ଥାତ୍‌ ୨୦୨୧ ଜୁନ୍‌ ପହିଲା ଯାଏ ଘୁଞ୍ଚାଇ ଦେଇଛନ୍ତି । ​‌କୋଭିଡ୍‌-୧୯କୁ ଦୃଷ୍ଟିରେ ରଖି ଉପରୋକ୍ତ ପଦକ୍ଷେପ ଗ୍ରହର କରାଯାଇଥିବା କେନ୍ଦ୍ର ଉପଭୋକ୍ତା ବ୍ୟାପାର ମନ୍ତ୍ରୀ ରାମବିଳାସ ପାୱନ କହିଛନ୍ତି । ସୁନା ଗହଣାର ହଲ୍‌ମାର୍କିଂ ଉତ୍ପାଦର ଶୁଦ୍ଧତାର ପରିଚୟ ଦେଇଥାଏ । ବର୍ତ୍ତମାନ ଦେଶରେ ହଲ୍‌ମାର୍କିଂକୁ ଏକ ସ୍ବେଚ୍ଛାକୃତ ପ୍ରକ୍ରିୟା ଭାବେ ବିବେଚନା କରାଯାଉଛି । ତେବେ ୨୦୨୧ ଜୁନ୍‌ ପହିଲାଠାରୁ ଏହାକୁ ବାଧ୍ୟତାମୂଳକ କରାଯିବ । ତେବେ​‌ ହଲ୍‌ମାର୍କଂ ଆଡକୁ ପଦକ୍ଷେପ ନେବାକୁ ସରକାର ଅଳଙ୍କାର ବ୍ୟବସାୟୀଙ୍କୁ ପ୍ରାୟ ଏକ ବର୍ଷ ସମୟ ଦେଇଥିଲେ । ଏଥି​‌ରେ ଅଳଙ୍କାର ବ୍ୟବସାୟୀଙ୍କୁ ବ୍ୟୁରୋ ଅଫ୍‌ ଇଣ୍ଡିଆନ୍‌ ଷ୍ଟାଣ୍ଡାର୍ଡସ (ବିଆଇଏସ୍‌)ଙ୍କ ନିକଟରେ ପଞ୍ଜିକରଣ କରିବାକୁ କହିଥିଲେ । ପରବର୍ତ୍ତୀ ସମୟରେ ଅଳଙ୍କାର ବ୍ୟବସାୟୀମାନେ ହଲ୍‌ମାର୍କିଂ ସମୟସୀମା ବୃଦ୍ଧି କରିବାକୁ ସରକାରଙ୍କୁ ଅନୁରୋଧ କରିଥିଲେ ।

Comments are closed.