‘ରାଧେ’ର ଶେଷ ଦୃଶ୍ୟ ପାଇଁ ଖର୍ଚ୍ଚ ହେଲା ସାଢ଼େ ୭କୋଟି ଟଙ୍କା!

# ପ୍ରଭୁଦେବା ନିର୍ଦେଶିତ ଓ ଦବଙ୍ଗ ଖାନ୍ ସଲମାନ୍ ଅଭିନୀତ ‘ରାଧେ’ ଚଳଚ୍ଚିତ୍ର ୨୦୨୦ ମଧ୍ୟଭାଗରେ ମୁକ୍ତିଲାଭ କରିବାକୁ ଯାଉଛି। ଅନ୍ୟାନ୍ୟ ବିଭିନ୍ନ ଭୂମିକାରେ ରଣଦୀପ ହୁଦା, ଜ୍ୟାକି ଶ୍ରଫ୍ ଓ ଦିଶା ପଟାନୀ ଅଭିନୟ କରୁଛନ୍ତି। ଏହାର ସୁଟିଂ କଲକତା, ଜୟପୁର, ଦିଲ୍ଲୀ ଓ ଲକ୍ଷ୍ନୌରେ ହୋଇଛି। ଚଳଚ୍ଚିତ୍ରର ଶେଷ ଦୃଶ୍ୟ ପାଇଁ ସାଢ଼େ ୭କୋଟି ଟଙ୍କା ବ୍ୟୟ ହୋଇଥିବାବେଳେ ଏହା ସବୁଠୁ ମୁଖ୍ୟ ଦୃଶ୍ୟ ବୋଲି ୟୁନିଟ୍ ସଦସ୍ୟଙ୍କ ମତ। ସଲମାନ୍ ଓ ରଣବୀରଙ୍କ ଆକ୍ସନ୍ ଦୃଶ୍ୟ ନିମନ୍ତେ ବିଦେଶରୁ ମହଙ୍ଗା ସେଟ୍ ଅଣାଯାଇଥିଲା। ପ୍ରଯୋଜକ ମହଲ କେବଳ ଶେଷ ଦୃଶ୍ୟର ଏଇ ସୁଟିଂ ନିମନ୍ତେ ମୋଟା ଅଙ୍କ ଖର୍ଚ୍ଚ କରିବାକୁ ଆଦୌ ପଛଘୁଞ୍ଚା ଦେଇନଥିଲେ। ପ୍ରଥମ କଥା ହେଲା ସଲମାନ୍ ଖାନ୍ ଅଭିନୟ କରୁଛନ୍ତି, ଦ୍ବିତୀୟ କଥା ହେଉଛି, ଦୃଶ୍ୟଟି ଖୁବ୍ ଦମ୍‌ଦାର୍। ଦେଖାଯାଉ, ଏହି ମହଙ୍ଗା ସୁଟିଂ ଦର୍ଶକଙ୍କୁ କେତେଦୂର ଆକୃଷ୍ଟ କରିପାରୁଛି?

Comments are closed.