ଜୁଲାଇ ୧୮ରୁ ସଂସଦର ମୌସୁମୀ ଅଧିବେଶନ, ଉଭୟ ଲୋକସଭା ଓ ରାଜ୍ୟସଭାରେ ରହିଛି ମୋଟ ୧୮ଟି କାର୍ଯ୍ୟ ଦିବସ

ନୂଆଦିଲ୍ଲୀ: ସାଧାରଣତଃ ଜୁଲାଇ ତୃତୀୟ ସପ୍ତାହରେ ସଂସଦର ମୌସୁମୀ ଅଧିବେଶ ଆରମ୍ଭ ହୋଇଥାଏ ଓ ଏହା ସ୍ୱାଧୀନତା ଦିବସ ପୂର୍ବରୁ ଶେଷ ହୋଇଥାଏ। ଏଥର ମଧ୍ୟ ସେହି ସମୟରେ ଗୃହ କାର୍ଯ୍ୟ ଆରମ୍ଭ ହେବ ବୋଲି ଲୋକସଭା ସଚିବାଳୟ ପକ୍ଷରୁ ଜାରି ବିବୃତିରେ ଦର୍ଶାଯାଇଛି। ଲୋକସଭା ସଚିବାଳୟ ପକ୍ଷରୁ ଜାରି ବିବୃତିରେ ଦର୍ଶାଯାଇଛି ଯେ ଜୁଲାଇ ୧୮ରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବ। ଏହି ମୌସୁମୀ ଅଧିବେଶନ ଜୁଲାଇ ୧୮ରୁ ଆରମ୍ଭ ହୋଇ ଅଗଷ୍ଟ ୧୨ ପର୍ଯ୍ୟନ୍ତ ଚାଲିବ। ଉଭୟ ଲୋକସଭା ଓ ରାଜ୍ୟସଭାର ଅଧିବେଶନ ଜୁଲାଇ ୧୮ରୁ ଆରମ୍ଭ ହୋଇ ଅଗଷ୍ଟ ୧୨ ପର୍ଯ୍ୟନ୍ତ ଚାଲିବ।
ଏଥର ମଧ୍ୟ ମୌସୁମୀ ଅଧିବେଶନ ବେଶ ସରଗରମ ହେବ ବୋଲି ଅଶା କରାଯାଉଛି। କେନ୍ଦ୍ର ସରକାର ଆଣିଥିବା ଅଗ୍ନିପଥ ଯୋଜନା, ଦରଦାମ ବୃଦ୍ଧି ଓ ବେକାରୀ ସମସ୍ୟାକୁ ବିରୋଧୀ ପୁଞ୍ଜି କରି ସରକାରଙ୍କୁ ଘେରିବାକୁ ଚେଷ୍ଟା କରିବେ ବୋଲି ଜଣାପଡ଼ିଛି। ମୌମୁସୀ ଅଧିବେଶର ପ୍ରଥମ ଦିନରେ ହିଁ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ହେବ। ସେହିପରି ଅଗଷ୍ଟ ୬ରେ ଉପ ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ।

ଉଭୟ ଲୋକସଭା ଓ ରାଜ୍ୟସଭାରେ ମୋଟ ୧୮ଟି କାର୍ଯ୍ୟ ଦିବସ ରହିଛି। ପ୍ରତିଦିନ ଦିନ ୧୧ଟାରୁ ଗୃହ କାର୍ଯ୍ୟ ଆରମ୍ଭ ହେବ। ଜୁଲାଇ ୧୮, ୧୯, ୨୦, ୨୧, ୨୨, ୨୫, ୨୬, ୨୭, ୨୮, ୨୯, ଅଗଷ୍ଟ ୧,୨,୩,୪, ୫, ୮, ୧୦, ୧୦ ଓ ୧୨ ତାରିଖରେ ଗୃହ କାର୍ଯ୍ୟ ଜାରି ରହିବ।
ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ଗତ ମୌସୁମୀ ଅଧିବେଶନ ଅଧାରୁ ବନ୍ଦ ହୋଇଯାଇଥିଲା। ବିରୋଧୀ ଦଳ ଗୁଡ଼ିକ ପେଗାସସ୍‌ ସ୍ପାଇୱେୟାର ଉପରେ ବିତର୍କ କରିବାକୁ ଦାବି କରିବାରୁ ସରକାର ଏଥିରେ ରାଜି ହୋଇ ନଥିଲେ। ଏହାକୁ ନେଇ ବେଶ କିଛି ଦିନ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ଶେଷରେ ଉଭୟ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରାଯାଇଥିଲା।

Comments are closed.