ମୂଷାକୁ ଘରୁ ଦୂର କରିବା ପାଇଁ ଆପଣାନ୍ତୁ ଏହି ଉପାୟ

0

ଘରେ ଯଦି ମୂଷା ଥାଏ, ତେବେ ବହୁ ଅସୁବିଧା ହୋଇଥାଏ। ଲଗାପଟା ଠାରୁ ଖାଦ୍ୟ ସାମଗ୍ରୀ ସବୁକିଛି ନଷ୍ଟ ହେବାର ଭୟ ଥାଏ। ଯେତେ ଉପାୟ କରିଲେ ମଧ୍ୟ ଘର ମୂଷାକୁ ଦୂର କରିବା ଏତେ ସହଜ ନୁହେଁ। ମତ୍ରେ ଏପରି କିଛି ଘରୋଇ ଉପାୟ ଅଛି ଯାହାକୁ ବ୍ୟବହାର କରିବା ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିପାରିବ।
ପିଆଜ – ମୂଷା ମାନେ ପିଆଜର ବାସ୍ନା ସହିପାରନ୍ତି ନାହିଁ। ଯେଉଁ ଠାରେ ପିଆଜ ଥାଏ ସେମାନେ ସେଠାକୁ ଯାଆନ୍ତି ନାହିଁ। ତେଣୁ ଘରର ଯେଉଁ ଠାରେ ମୂଷା ଅଧିକ ଦେଖାଯାଉଥିବେ ସେଠାରେ ଫାଳ ପିଆଜ ରଖିଦିଅନ୍ତୁ। ଏହାକୁ ନିୟମିତ କରିବା ଦ୍ୱାରା ଘରେ ମୂଷା ରହିବ ନାହିଁ।
ପୋଦିନା ପତ୍ର – ପୋଦିନା ପତ୍ରର ବାସ୍ନାରେ ମଧ୍ୟ ମୂଷା ରହିପାରନ୍ତି ନାହିଁ। ଘରର ଯେଉଁ ସ୍ଥାନରେ ମୂଷା ଅଧିକ ଯିବା ଆସିବା କରୁଥିବେ ସେଠାରେ ପୋଦିନା ପତ୍ରକୁ ଏକ କାଗଜରେ ଗୁଡ଼ାଇ ରଖି ଦିଅନ୍ତ। ମୂଷା ଆଉ ଘରେ ରହିବେ ନାହିଁ।
ତେଜ ପତ୍ର ପତ୍ର – ଖାଦ୍ୟର ସ୍ୱାଦ ବଢାଉଥିବା ତେଜ ପତ୍ର ମୂଷାର ଶତ୍ରୁ ଅଟେ। ଏହାର ବାସ୍ନା ମଧ୍ୟ ମୂଷାକୁ ବ୍ୟସ୍ତ କରିଦିଏ। ତେଣୁ ସେହି ସ୍ଥାନରେ ମୂଷା ରହେ ନାହିଁ। ତେଣୁ ଘରର କୋଣ ମାନଙ୍କରେ ତେଜ ପତ୍ର ରଖିଦିଅନ୍ତୁ। ଏହା ଦ୍ୱାରା ମୂଷା ଘରେ ରହିବେ ନାହିଁ।

Comments
Loading...