ହୋଟେଲ ରୁମରୁ ଯୁବତୀଙ୍କ ମୃତଦେହ ଜବତ; ହତ୍ୟା ସନ୍ଦେହ

0

ଭୁବନେଶ୍ୱର: ଶୁକ୍ରବାର ସକାଳେ ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ହୋଟେଲ ହାଇେଓ୍ଵ ଇନ୍‌ରୁ ଜଣେ ଯୁବତୀଙ୍କ ମୃତଦେହ ଜବତ ହୋଇଛି । ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବା ବେଳେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପୁଲିସ ମୃତଦେହ ଜବତ କରିଛି । ମିଳିଥିବା ସୂଚନା ଅନୁଯାୟୀ, ଉକ୍ତ ଯୁବତୀଙ୍କ ସହ ଅନ୍ୟ ଜଣେ ଯୁବକ ପତିପତ୍ନୀର ପରିଚୟ ଦେଇ ଦୁଇ ଦିନ ହେବ ଏହି ହୋଟେଲରେ ରହୁଥିଲେ । ଉଭୟଙ୍କ ନାମ ଆଦିତ୍ୟ ମହାପାତ୍ର ଓ ଲକ୍ଷ୍ମୀପ୍ରିୟା ବିଶ୍ୱାଳ । ସେମାନେ ହୋଟେଲ ରୁମର ଭଡା ଦେଇ ନଥିଲେ । ଭଡା ମାଗିବା ପାଇଁ ହୋଟେଲର ଜଣେ କର୍ମଚାରୀ ରୁମକୁ ଆସିଥିବା ବେଳେ କବାଟ ପାଖରୁ ରକ୍ତ ଦେଖି ପୁଲିସକୁ ଖବର କରିଥିଲେ । ପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ରୁମ କବାଟ ଖୋଲି ମୃତଦେହ ଜବତ କରିଥିଲା । ତେବେ ଏହି ଘଟଣା ପରଠୁ ସ୍ବାମୀ ପରିଚୟରେ ରହିଥିବା ଉକ୍ତ ଯୁବକ ଜଣଙ୍କ ଫେରାର ଅଛନ୍ତି । ଏହି ହତ୍ୟାକାଣ୍ଡ ଭିଆଇଲା ପରେ ଯୁବକ ଜଣଙ୍କ ଫେରାର ହୋଇ ଯାଇଥିବା ସନ୍ଦେହ କରାଯାଉଛି । ସେମାନେ ବିବାହିତ ନା ଉଭୟ ପ୍ରେମିକ ଓ ପ୍ରେମିକା ସେନେଇ ମଧ୍ୟ ପ୍ରଶ୍ନ ସୃଷ୍ଟି ହୋଇଛି ।

Leave A Reply