ମାଉଣ୍ଟ ସିନାବଙ୍ଗରେ ଜ୍ଵାଳାମୁଖୀ ବିସ୍ଫୋରଣ, ୫ କି.ମି. ଉଚ୍ଚକୁ ଉଠିଲା ଧୂଆଁ-ପାଉଁଶ

ଜାକର୍ତ୍ତା: ଇଣ୍ଡୋନେସିଆର ସବୁଠୁ ବିପଜ୍ଜନକ ଜ୍ଵାଳାମୁଖୀ ମାଉଣ୍ଟ ସିନାବଙ୍ଗରେ ମଙ୍ଗଳବାର ବିସ୍ଫୋରଣ ଘଟିଛି। ପ୍ରାୟ ୭ମାସ ପରେ ୨ୟ ଥର ଲାଗି ଏହି ଜ୍ଵାଳାମୁଖୀ ଫାଟିଛି। ଏହି ବିସ୍ଫୋରଣ ଫଳରେ ଧୂଆଁ-ପାଉଁଶ ପ୍ରାୟ ୫ କି.ମି. ଉଚ୍ଚକୁ ଉଠିଯିବା ସହିତ ଆକାଶରେ ଏକ ବହଳ ଆସ୍ତରଣ ଖେଳିଯାଇଥିଲା। ଗତବର୍ଷ ଅଗଷ୍ଟ ମାସରେ ଏହି ଜ୍ଵାଳାମୁଖୀ ବିସ୍ଫୋରଣ ଘଟିଥିଲା ବୋଲି ଇଣ୍ଡୋନେସିଆର ଭୋଲକାନୋଲୋଜି ସେଣ୍ଟର ପକ୍ଷରୁ କୁହାଯାଇଛି।

Image courtesy: reuters

ଏହି ବିସ୍ଫୋରଣ ଯୋଗୁ କେହି ମୃତାହତ ହୋଇଛନ୍ତି କି ନାହିଁ ସେ ନେଇ କୌଣସି ସୂଚନା ମିଳିନାହିଁ। ଇଣ୍ଡୋନେସିଆର ଭୋଲକାନୋଲୋଜି ଆଣ୍ଡ ଜିଓଲୋଜିକାଲ ହାଜାର୍ଡ ମିଟିଗେଶନ ସେଣ୍ଟର ପକ୍ଷରୁ ଜ୍ଵାଳାମୁଖୀ ଫାଟିବା ନେଇ ସତର୍କ କରାଯିବା ସହିତ ଏହା ଆଖପାଖର ୩ କି.ମି. ଦୂର ଅଞ୍ଚଳରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ନିର୍ଦେଶ ଦିଆଯାଇଥିଲା।

Comments are closed.