ମୋଟୋରୋଲା ‘ୱାନ ଭିଜନ’ର ବଜାର ପ୍ରବେଶ

ନୂଆଦିଲ୍ଲୀ : ମୋଟୋରୋଲା ତାର ନୂଆ ସ୍ମାର୍ଟେଫୋନ ‘ୱାନ ଭିଜନ’ର ବଜାର ପ୍ରବେଶ କରିଛି। ବର୍ତ୍ତମାନ ଏହି ଫୋନକୁ ବ୍ରାଜିଲରେ ଲଞ୍ଚ କରାଯାଇଛି। ଧିରେ ଧିରେ ଏହି ଫୋନକୁ ଅନ୍ୟ ଦେଶ ମାନଙ୍କରେ ଲଞ୍ଚ କରାଯିବ ବୋଲି କମ୍ପାନୀ ତରଫରୁ କୁହାଯାଇଛି। ଫୋନରେ ପଞ୍ଚହୋଲ ଡିସପ୍ଲେ ଏବଂ ଡୁଆଲ ରିୟର କ୍ୟାମେରା ଦିଆଯାଇଛି। ଏହି ଫୋନର ମୂଲ୍ୟ ୨୩ହଜାର ୫୦୦ଟଙ୍କା।

pic courtesy-the verge

ଫୋନର ବିଶେଷତ୍ୱ ବିଷୟରେ କହିଲେ ଫୋନରେ ପଞ୍ଚହୋଲ ଡିସପ୍ଲେ ରହିଛି। ଏହାର ଅର୍ଥ ଡିସପ୍ଲେ ଉପରେ ଏକ କଣା ରହିଛି ଯେଉଁଥିରେ ଫ୍ରଣ୍ଟ କ୍ୟାମେରା ଦିଆଯାଇଛି। ଫୋନର ପଛପଟେ ଟିପଚିହ୍ନ ସେନସର ରହିଛି। ଫୋନରେ ଆଣ୍ଡ୍ରଏଡ ପାଇ ୯.୦ଆଧାରିତ ଆଣ୍ଡ୍ରଏଡ ୱାନ ଦିଆଯାଇଛି। ଏଥିରେ ୬.୩ଇଞ୍ଚର ଫୁଲ ଏଚଡି ପ୍ଲସ ଡିସପ୍ଲେ ରହିଛି। ଯାହାର ରିଜୋଲ୍ୟୁସନ ୧୦୮୦/୨୫୨୦ପିକ୍ସଲ । ମୋଟୋରୋଲାର ଏହି ଫୋନରେ ସାମସଙ୍ଗର ଅକ୍ଟାକୋର୨.୨ଜିଏଚଜେଡ ଥିବା ଏକ୍ସିନୋସ ୯୬୦୯ପ୍ରୋସେସର ରହିଛି। ଫୋନରେ ୪ଜିବି ରାମ ସହିତ ୧୨୮ଜିବି ଷ୍ଟୋରେଜ ଦିଆଯାଇଛି। ଯାହାକୁ ମେମୋରୀ କାର୍ଡ଼ ସାହାଯ୍ୟରେ ୫୧୨ଜିବି ପର୍ଯ୍ୟନ୍ତ ବଢାଇପାରିବେ।

pic courtesy- slashgear

ଏହାର କ୍ୟାମେରା ବିଷୟରେ କହିଲେ ଫୋନରେ ଡୁଆଲ ରିୟର କ୍ୟାମେରା ସେଟଅପ ରହିଛି। ଯେଉଁଥିରୁ ଗୋଟିଏ କ୍ୟାମେରା ୪୮ମେଗାପିକ୍ସେଲର ଯାହାର ଅଫର୍ଚର ଏଫ/୧.୭ ରହିଛି। ସେହିଭଳି ଦ୍ୱିତୀୟ କ୍ୟାମେରାଟି ୫ମେଗାପିକ୍ସେଲର ଏଫ/୨.୨ଅଫର୍ଚର ରହିଛି। କ୍ୟାମେରା ସହିତ ଡୁଆଲ ଏଲଇଡି ଫ୍ଲାସଲାଇଟ ଏବଂ ୮ ଡିଜିଟାଲ ଜୁମ ମିଳିବ। ଏଥିରେ ୨୫ମେଗାପିକ୍ସେଲର ଆଗପଟ କ୍ୟାମେରା ଦିଆଯାଇଛି।
ଫୋନରେ ୩୫୦୦ଏମ୍ଏଚର ବ୍ୟାଟେରି ରହିଛି। ଯାହା ଟର୍ବୋ ପାୱାରା ଫାଷ୍ଟ ଚାର୍ଜିଙ୍ଗକୁ ସପୋର୍ଟ କରିଥାଏ। ସଂଯୋଗ ପାଇଁ ଫୋନରେ ବ୍ଲୁଟୁଥ ଭି-୫, ୟୁଏସବି ଟାଇପ-ସି, ୩.୫ଏମଏମର ହେଡଫୋନ ଜ୍ୟାକ୍‍, ଏନଏଫସି ଏବଂ ଜିପିଏସ୍‍ ମିଳିବ। ଫୋନଟିର ଓଜୋନ ୧୮୧ ଗ୍ରାମ।

Comments are closed.