ଅଜଣା ଗାଡି ଧକ୍କାରେ ବାଇକ ଚାଳକ ମୃତ

ମୋହନା : ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ବିଜୁପଙ୍ଖା ଗ୍ରାମ ମସାଣି ଛକ ଠାରେ ଅଜଣା ଗାଡି ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ଘଟଣାରୁ ପ୍ରକାଶ ଗତକାଲି ସନ୍ଧ୍ୟାରେ ଜାତୀୟ ରାଜପଥ ରାସ୍ତା ନିର୍ମାଣ କମ୍ପାନୀରେ କାମ କରୁଥିବା ଗୁଡାରି ଅଞ୍ଚଳର ଅଜିତ ନିଶିକା ଓ ଭାଇ ଟନୁନା ନିଶିକା ଉଭୟେ ମିଶି କାମ ସାରି ଏକ ପଲସର ବାଇକରେ ମାଣ୍ଡିମେରା ପଟେ ଯାଉଥିବା ସମୟରେ ରାୟଗଡ଼ ପଟୁ ଆସୁଥିବା ଏକ ଅଜଣା ଗାଡି ଧକ୍କା ଦେଇ ଚାଲିଯାଇଥିଲା । ଯାହା ଫଳରେ ଘଟଣାସ୍ଥଳରେ ଅଜିତର ମୃତ୍ୟୁ ଘଟିଥିବା ବେଳେ ତାଙ୍କ ଭାଇ ସାମାନ୍ୟ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଅଡବା ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ରଙ୍କ ନେତୃତ୍ୱରେ ପୁଲିସ ଟିମ ପହଞ୍ଚି ଘଟଣାର ତଦନ୍ତ କରିବା ସହ ଶବ ଜବତ କରି ବ୍ରହ୍ମପୁର ବ୍ୟବଚ୍ଛେଦ କରିବା ଲାଗି ପଠାଇଛନ୍ତି ।

Comments are closed.