ମୋଟରଯାନ ଯାଞ୍ଚ, ୧୭ହଜାର ଜୋରିମାନା ଆଦାୟ

ବେଗୁନିଆ : ବାଘମାରୀ ଥାନା ଅଧିକାରିଣୀ ପ୍ରଣୀତା ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ଏସ୍‌ଆଇ ବ୍ରହ୍ମାନନ୍ଦ ସ୍ବାଇଁଙ୍କ ନେତୃତ୍ବରେ ଏଏସ୍‌ଆଇ ପୂର୍ଣ୍ଣଚନ୍ଦ୍ର ଜେନା ଏବଂ ଥାନା କର୍ମଚାରୀମାନେ ସିମୋର-ବଡବେରେଣକ୍ଷ ରାସ୍ତାରେ ମୋଟରଯାନ ଯାଞ୍ଚ ପ୍ରକ୍ରିୟା ଚଳାଇଥିଲେ। ଏହି ସମୟରେ ୩ଜଣ ବ୍ୟକ୍ତି ବିନା ହେଲମେଟରେ ଗାଡି ଚଳାଉଥିବା ଯୋଗୁଁ ସେମାନଙ୍କର ଲାଇସେନ୍ସ ୩ ମାସ ପାଇଁ ରଦ୍ଦ କରିବାକୁ ପୁଲିସ ସୁପାରିଶ କରିଛି । ଯେଉଁମାନେ ଟ୍ରାଫିକ ନିୟମକୁ ଉଲ୍ଲଂଘନ କରି ଗାଡି ଚଳାଉଥିଲେ ପୁଲିସ ସେମାନଙ୍କ ଠାରୁ୧୭ହଜାର ଟଙ୍କା ଜୋରିମାନା ଆଦାୟ କରିଛି ।

Comments are closed.