ଗାଡି ମୋଟର ଯାଞ୍ଚ ,୧୩ ହଜାର ଟଙ୍କା ଜରିମାନା ଆଦାୟ

ବେଗୁନିଆ : ବାଘମାରୀ ଥାନା ଅନ୍ତର୍ଗତ ସିମୋର-କଣ୍ଟାମଳିମ ରାସ୍ତାରେ ଆଜି ସକାଳେ ବାଘମାରୀ ଥାନା ପକ୍ଷରୁ ଗାଡି ମୋଟର ଯାଞ୍ଚ କରାଯିବା ସହିତ ହେଲମେଟ ଯାଞ୍ଚ କରାଯାଇଥିଲା। ୩୦ଟି ଗାଡି ଚେକିଂ କରାଯାଇଥିବାବେଳେ ସେମାନଙ୍କ ଠାରୁ ୧୩ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲା । ୭ ଜଣଙ୍କର ଲାଇସେନ୍ସ ୩ ମାସ ପାଇଁ ବାତିଲ କରିବାକୁ ଥାନା ପକ୍ଷରୁ ଥାନା ଆଇଆଇସି ପ୍ରଣୀତକ୍ଷ ପଟ୍ଟନାୟକ ଆରଟିଓ ଙ୍କୁ ସୁପାରିଶ କରିଛନ୍ତି ।

Comments are closed.