ବଜାରରେ ଏମ୍‍ଜି ଗ୍ଲୋଷ୍ଟର ପ୍ରିମିୟମ ଏସୟୁଭି

ନୂଆଦିଲ୍ଲୀ: ମୋରିସ ଗ୍ୟାରେଜ (ଏମଜି) ମୋଟର ପକ୍ଷରୁ ଭାରତ ବଜାରକୁ ବହୁ ପ୍ରତୀକ୍ଷିତ ପ୍ରଥମ ଅଟୋନମସ୍‍ ଲେବଲ-୧ ପ୍ରିମିୟମ ଏସୟୁଭି କାର୍‍ ଗ୍ଲୋଷ୍ଟର ପ୍ରବେଶ କରାଯାଇଛି। ଗ୍ଲୋଷ୍ଟର୍‍ର ପ୍ରିମିୟମରୁ ଆରମ୍ଭ କରି ବିଳାସପୂର୍ଣ୍ଣ ମଡେଲଗୁଡିକ ୨୫ଲକ୍ଷରୁ ୫୦ଲକ୍ଷ ଟଙ୍କା ମଧ୍ୟରେ ଉପଲବ୍ଧ ହେଉଛି। ଏହା ୬ରୁ ୭ସିଟର୍‍ ଲକଜୁରୀ ବକେଟ ସିଟର, ଟୁ ହ୍ୱିଲ ଡ୍ରାଇଭ, ଫୋର ହ୍ୱିଲ ଡ୍ରାଇଭ ଆଦି ବୈଶିଷ୍ଟ୍ୟ ସହିତ ଆସୁଛି। ତାହାସହିତ ଏହା ଦୁଇଟି ଇଞ୍ଜିନ ଚଏସ୍‍ରେ ଉପଲବ୍ଧ ହେଉଛି। ଏମ୍‍ଜି ମୋଟର ପକ୍ଷରୁ ଆରମ୍ଭ ହୋଇଥିବା ମାଇଁ ଏମ୍‍ଜି ସିଲ୍‍ଡ ଓନରସିପ୍‍ ପ୍ୟାକେଜ ଅଧୀନରେ ୨୦୦ରୁ ଅଧିକ ବିକ୍ରି ପରବର୍ତ୍ତୀ ସେବା ଗ୍ଲୋଷ୍ଟର ଗ୍ରାହକଙ୍କୁ ଯୋଗାଇ ଦିଆଯିବ। କମ୍ପାନୀ ପକ୍ଷରୁ ଯୋଗାଇ ଦିଆଯାଉଥିବା ପ୍ୟାକେଜରେ ୩ବର୍ଷ ଅଥବା ୧ଲକ୍ଷ କିଲୋମିଟରର ୱାରେଣ୍ଟି, ୩ ବର୍ଷ ରୋଡ ସାଇଡ ଆସିଷ୍ଟାନ୍ସ, ୩ଟି ଲେବର୍‍ ଫ୍ରି ପିରିୟଡିକ ସର୍ଭିସ ଉପଲବ୍ଧ ହେବ। ଏହି ଗାଡିର ଡେଲିଭରୀ ନବରାତ୍ରଠାରୁ ଆରମ୍ଭ କରାଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

Comments are closed.