ବଜାର ପ୍ରବେଶ କରିବ ‘ମୋଟୋ ଜି-୮ ପ୍ଲସ’

ନୂଆଦିଲ୍ଲୀ : ମୋଟୋରଲା ତାର ନୂଆ ସ୍ମାର୍ଟଫୋନ ‘ମୋଟୋ ଜି-୮ ପ୍ଲସ’ ବୁଧବାର ବ୍ରାଜିଲରେ ଲଞ୍ଚ କରିବାକୁ ଯାଉଛି। ଏହା ମୋଟୋ ଜି-୭ର ଅପଗ୍ରେଡ ଭର୍ସନ ଅଟେ।  ଏହି ଫୋନର ମୂଲ୍ୟ ୨୪,୦୦୦ ଟଙ୍କା ରହିବ ବୋଲି ଅନୁମାନ କରାଯାଉଛି ।

ମୋଟୋ ଜି-୮ ପ୍ଲସରେ, ଆଣ୍ଡ୍ରଏଡ-୯ପାଇ ଦିଆ ଯାଇଛି । ୬.୩ ଇଞ୍ଚର ଏଚଡି ପ୍ଲସ ଡିସପ୍ଲେ ରହିଛି । ସ୍ନାପଡ୍ରାଗନ୍୬୬୫ ଅକ୍ଟାକୋର ପ୍ରୋସେସର ଦିଆଯାଇଛି ।  ୪ ଜିବା ରାମ ସହିତ ୧୨୮ ଜିବିର ଷ୍ଟୋରେଜ କ୍ଷମତା ରହିଛି  । ଏଥିରେ ଓ୍ବାଟର ଡ୍ରପ ନଚ୍ ଡିସପ୍ଲେ ସହ ୩ଟି ରିଅର କ୍ୟାମେରା ଦିଆଯାଇଛି। ଏଥିରେ ଥିବା ଟ୍ରିପଲ କ୍ୟାମେରାର ଗୋଟିଏ ଲେନ୍ସ ୪୮ ମେଗାପିକ୍ସେଲ ହୋଇଥିବାବେଳେ ଅନ୍ୟ ଦୁଇଟି ୧୬ ମେଗାପିକ୍ସେଲ ଏବଂ ୫ ମେଗାପିକ୍ସେଲ ରଖାଯାଇଛି ଏବଂ ସେଲଫି ପାଇଁ ୨୫ ମେଗାପିକ୍ସେଲ ଦିଆଯାଇଛି ।  ୪୦୦୦ ଏମେଏଚର ବ୍ୟାଟେରି ସହ ଫାଷ୍ଟ ଚାର୍ଜିଂର ସୁବିଧା ରହିଛି ।


Comments are closed.