ଭାରତୀୟ ବଜାରକୁ ଆସିଲା ମୋଟୋ ଜି-୯

ନୂଆଦିଲ୍ଲୀ : ଦୀର୍ଘ ଦିନ ବ୍ୟବଧାନ ପରେ ମୋଟରୋଲା ତାର ନୂତନ ସ୍ମାର୍ଟଫୋନ୍ ମୋଟୋ ଜି-୯ ଭାରତୀୟ ବଜାରରେ ପ୍ରବଶେ କରିଛି। ଏହାପୂର୍ବରୁ ପାଞ୍ଚ ମାସ ପୂର୍ବରୁ କମ୍ପାନୀ ବ୍ରାଜିଲରେ ମୋଟୋ ଜି-୮ ଲଞ୍ଚ କରିଥିଲା। ମୋଟୋ ଜି-୯ରେ ଟ୍ରିପଲ୍ ରିୟର କ୍ୟାମେରା ଏବଂ ୨୦ ୱାଟର ଫାଷ୍ଟ ଚାର୍ଜିଂ ଦିଆଯାଇଛି। ଏହା ବ୍ୟତୀତ ଫୋନରେ ୬.୫ ଇଞ୍ଚର ଡିସପ୍ଲେ ମଧ୍ୟ ରହିଛି।
ମୋଟୋ ଜି-୯ର ମୂଲ୍ୟ
ଭାରତରେ ମୋଟୋ ଜି-୯ର ମୂଲ୍ୟ  ୧୧ ହଜାର ୪୯୯ ଟଙ୍କା ରଖାଯାଇଛି। ଏହି ମୂଲ୍ୟରେ ଆପଣ ୪ ଜିବି ରାମ ସହିତ ୬୪ ଜିବି ଷ୍ଟୋରେଜ ପାଇପାରିବେ। ମୋଟୋ ଜି୯ ଅଗଷ୍ଟ ୩୧ରେ ଫ୍ଲିପକାର୍ଟରେ ଉପଲବ୍ଧ ହେବ।
ମୋଟୋ ଜି୯ରେ ଆଣ୍ଡ୍ରଏଡ୍ ୧୦ର ସମର୍ଥନ ରହିଛି। ଏହା ବ୍ୟତୀତ ଏଥିରେ ୬.୫-ଇଞ୍ଚ୍ ଏଚଡି ପ୍ଲସ୍ ମ୍ୟାକ୍ସ ଭିଜନ୍ ଡିସପ୍ଲେ ରହିଛି। ଏହି ଫୋନରେ ଆପଣ ସ୍ନାପଡ୍ରାଗନ୍ ୬୬୨ ପ୍ରୋସେସର ପାଇପାରିବେ। ଏଥିସହ ଏଥିରେ ଟ୍ରିପଲ୍ ରିୟର କ୍ୟାମେରାର ସମର୍ଥନ ରହିଛି। ଯେଉଁଥିରେ ମୁଖ୍ୟ କ୍ୟାମେରା ହେଉଛି ୪୮ ମେଗାପିକ୍ସେଲ। ଦ୍ୱିତୀୟ ଲେନ୍ସ ହେଉଛି ୨ ମେଗାପିକ୍ସେଲ ଏବଂ ତୃତୀୟ ଲେନ୍ସ ହେଉଛି ୨ ମେଗାପିକ୍ସେଲ ମାକ୍ରୋ ଲେନ୍ସ। ଏହି ଫୋନରେ ସେଲଫି ପାଇଁ ୮ମେଗାପିକ୍ସେଲର ସେଲଫି କ୍ୟାମେରା ରହିଛି।
ମୋଟରୋଲା ଫୋନରେ ସଂଯୋଗ ପାଇଁ ୪ଜି ଭୋଲଟିଇ, ୱାଇ-ଫାଇ, ବ୍ଲୁଟୁଥ୍ ଭି ୫.୦, ଜିପିଏସ୍, ଏନଏଫସି, ଏଫ୍ଏମ୍ ରେଡିଓ, ଏନଏଫସି, ଏବଂ ୩.୫୫ ମିମି ହେଡଫୋନ୍ ଜ୍ୟାକ୍ ରହିଛି। ଫୋନରେ ୫ହଜାର ଏମ୍‌ଏଚ୍ ବ୍ୟାଟେରୀ ରହିଛି। ଯାହା ୨୦ ୱାଟ ଫାଷ୍ଟ ଚାର୍ଜିଂକୁ ସପୋର୍ଟ କରିଥାଏ।

Comments are closed.