ମା ସାଜିଲା ରାକ୍ଷସୀ, ୪ ବର୍ଷର ଝିଅକୁ ପୋଖରୀରେ ବୁଡାଇ ମାରିଲା

0

ଯାଜପୁର: କୁହାଯାଏ ମା ନିଜ ଜନ୍ମ କଲା ଛୁଆର ସୁରକ୍ଷା ପାଇଁ ସବୁକିଛି କରିପାରେ । କିନ୍ତୁ ଆଜି ସେଇ ମା ଯଦି ନିଜ ଜନ୍ମ କଲା ଶିଶୁଟିର ଜୀବନ ନେଇଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ମୁଗପାଳ ଗାଁରେ । ନିଜ ୪ ବର୍ଷର ଝିଅକୁ ଡାକି ନେଇ ପୋଖରୀରେ ବୁଡେଇ ମାରି ଦେଇଛି ମା’ । ମୃତ ଶିଶୁଟିର ବଡବାପା ଏହି ଅଭିଯୋଗ ଆଣିଛନ୍ତି । ଅଭିଯୋଗକୁ ଭିତ୍ତି କରି ପୁଲିସ ଅଭିଯୁକ୍ତ ମା’ ସୋନି ବେହେରାକୁ ଗିରଫ କରି ଥାନାରେ ପଚାରଉଚରା କରୁଛି ।

Leave A Reply