ସୁପାରି ଦେଇ ଝିଅକୁ ହତ୍ୟା କଲା ମା’, ଡିଲ୍‌ ହୋଇଥିଲା ୫୦ହଜାର ଟଙ୍କା

ଷଡ଼ଯନ୍ତ୍ରକାରୀ ମା’ ଓ ସୁପାରି କିଲର୍‌ ଗିରଫ

ବାଲେଶ୍ଵର: ବାଲେଶ୍ଵର: ନିଜେ ଜନ୍ମ ଦେଇଥିବା ଝିଅକୁ ହତ୍ୟା କରିବା ପାଇଁ ମା’ ଯେ ସୁପାରି ଦେଇପାରେ ଏହା ଅବିଶ୍ଵାସ ଲାଗୁଥିଲେ ମଧ୍ୟ ସତ୍ୟ ଘଟଣା। ବାଲେଶ୍ଵର ସଦର ପୁଲିସ ଏପରି ଏକ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି। ନିଶାସେବନ କରି ସବୁବେଳେ ନିଶାରେ ଚୁର୍ ରହୁଥିବା ଝିଅକୁ ବାଟକ ଆରିବାରେ ବିଫଳ ହେବା ପରେ ମା’ ଏଭଳି ଏକ ଚରମ ପଦକ୍ଷେପ ନେଇଥିଲେ। ସୁପାରି କିଲର ମା’ ଠାରୁ ଅଗ୍ରିମ ଆରି ଝିଅଙ୍କୁ ହତ୍ୟା କରିବା ପରେ ଫୋପାଡ଼ି ଦେଇଥିଲେ। ଏଭଳି ଏକ ଚାଞ୍ଚଲ୍ୟ କର ରହସ୍ୟ ଉନ୍ମୋଚନ କରିଛି ବାଲେଶ୍ଵର ସଦର ପୁଲିସ। ଆଜି ଉଭୟ ଷଡ଼ଯନ୍ତ୍ରକାରୀ ମା’ ଏବଂ ଜଣେ ସୁପାରିକିଲରଙ୍କୁ ଗିରଫ କରିଥିବା ବାଲେଶ୍ଵର ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

ନଗ୍ରମ ଗାଁ ପୋଲତଳୁ ମହିଳାଙ୍କ ମୃତଦେହ ମିଳିବା ଘଟଣାର ତଦନ୍ତ ସମ୍ପର୍କରେ ଆଜି ବାଲେଶ୍ଵର ସଦର ପୁଲିସ ସୂଚନା ଦେଛି। ପୋଳତଳୁ ମୃତଦେହ ମିଳିଥିବା ମହିଳାଙ୍କୁ ତାଙ୍କ ମା’ ହିଁ ସୁପାରୀ ଦେଇ ମାରିଥିବା ବାଲେଶ୍ଵର ପୁଲିସ ପ୍ରକାଶ କରିଛି। ଏହି ହତ୍ୟାକାଣ୍ଡରେ ଜଡ଼ିତ ମହିଳାଙ୍କ ମା’ ଏବଂ ଜଣେ ସୁପାରି କିଲରଙ୍କୁ ଆଜି ବାଲେଶ୍ଵର ସଦର ପୁଲି ଗିରଫ କରିଛି।

ମୃତ ମହିଳାଙ୍କ ନାମ ଶିବାନୀ ନାୟକ(୩୬) ଓ ସେ ପାନ ଦୋକାନ କରିଥିଲେ। ନିଶାପାନ ଓ ଅନ୍ୟକିଛି କାରଣକୁ ନେଇ ଶିବାନୀଙ୍କ ସହ ତାଙ୍କ ମା’ଙ୍କ ମନୋମାଳିନ୍ୟ ରହିଥିଲା। ନିଶାପାନ ପାଇଁ ବାରଣସତ୍ତେ୍ବ ନ ମାନିବାରୁ ଝିଅ ଶିବାନୀଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିଲା ମା’। ରାଇସୁଅଁାର ପ୍ରମୋଦ ଜେନାଙ୍କୁ ଝିଅ ଶିବାନୀଙ୍କୁ ହତ୍ୟ କରିବା ପାଇଁ ମା’ ସୁପାରି ଦେଇଥିଲା। ଝିଅ ଶିବାନୀଙ୍କୁ ହତ୍ୟା କରିବା ପାଇଁ ୫୦ହଜାର ଟଙ୍କାର ଡିଲ୍‌ ହୋଇଥିଲା। ସେଥିମଧ୍ୟରୁ ଅଗ୍ରିମ ଆକାରରେ ୮ହଜାର ଟଙ୍କା ଦେଇଥିଲେ ଏବଂ ତାଙ୍କୁ ହତ୍ୟା କରିବା ପରେ ବାକିତକ ଟଙ୍କା ଦେଇଥିଲେ। ଘଟଣା ଦିନ ପ୍ରମୋଦଙ୍କ ସହ ୩ଜଣ ଶିବାନୀଙ୍କୁ ପଥରରେ ଛେଚି ହତ୍ୟା କରିଥିଲେ। ଶିବାନୀଙ୍କୁ ହତ୍ୟା କରିବା ପରେ ପୋଲ ତଳକୁ ଫିଙ୍ଗି ଫେରାର୍ ହୋଇଯାଇଥିଲେ ୩ ଅଭିଯୁକ୍ତ। ସୁପାରି କିଲର ପ୍ରମୋଦ ଓ ମୃତ ମହିଳା ଶିବାନୀଙ୍କ ମା’ଙ୍କୁ ଗିରଫ କଲା ପୁଲିସ।


ମିଳିଥିବା ସୂଚନା ଅନୁଯାୟୀ ଶିବାନୀ ନାୟକଙ୍କ ବାପ ଘର ହେଉଛି ବାଲେଶ୍ୱର ସଦର ଥାନା ରାଇସୁଆଁ ଗାଁରେ। ଶିବାନୀ ସେହି ସଦର ଥାନା ଅଞ୍ଚଳରେ ବିବାହ କରିଥିଲେ। ଶିବାନୀ ଶ୍ୱଶୁର ଘର ଛାଡ଼ି ବାପଘର ପାଖରେ ରହୁଥିଲେ। ଶିବାନୀ ପାନ ଦୋକାନ କରିଥିଲେ। ତାଙ୍କର ଦୁଇ ଜଣ ଝିଅ ଅଛନ୍ତି। ଶିବାନୀ ମଦ ବ୍ୟବସାୟ କରୁଥିବାରୁ ତାଙ୍କ ମା ସୁକୁରୀ ତାଙ୍କୁ ବାରମ୍ବାର ତାଗିଦ କରିଥିଲେ ଏବଂ ସେଥିରୁ ଓହରି ଯିବାକୁ କହିଥିଲେ। ବାରମ୍ବାର ବାରଣ ସତ୍ତ୍ୱେ ନମାନିବାରୁ ଝିଅକୁ ହତ୍ୟା ଯୋଜନା କରିଥିଲେ ମା। ରାଇସୁଆଁର ପ୍ରମୋଦ ଜେନାକୁ ହତ୍ୟା ପାଇଁ ସୁପାରୀ ଦେଇଥିଲେ ମ॥ ହତ୍ୟା ପାଇଁ ୫୦ ହଜାର ଡିଲ୍ ହୋଇଥିଲା। ୮ ହଜାର ଅଗ୍ରୀମ ଦେଇଥିଲେ। ଘଟଣା ଦିନ ପ୍ରମୋଦ ସହ ୩ ଜଣ ଶିବାନୀଙ୍କୁ ଛେଚି ହତ୍ୟା କରିଥିଲେ। ହତ୍ୟା ପରେ ଶବକୁ ନଗ୍ରମ ଗାଁ ପୋଲତଳୁ ଫିଙ୍ଗି ପଳାଇଥିଲେ ୩ ଅଭିଯୁକ୍ତ। ତେବେ ଝିଅ ଶିବାନୀଙ୍କୁ ହତ୍ୟା ପାଇଁ ଷଡ଼ଯନ୍ତ୍ର କରିନାହାନ୍ତି ବୋଲି ମା’ ସୁକୁରୀ ସଫେଇ ଦେଇଥିବା ଜଣାପଡ଼ିଛି।

Comments are closed.