ପୋଖରୀରେ ବୁଡିଯାଉଥିବା ପୁଅକୁ ବଞ୍ଚାଇବାକୁ ଯାଇ ପାଣିରେ ବୁଡି ଚାଲିଗଲା ମା’ର ଜୀବନ

କେଶଦୁରାପାଳ : ପୋଖରୀରେ ବୁଡିଯାଉଥିବା ପୁଅକୁ ବଞ୍ଚାଇବାକୁ ଯାଇ ପାଣିରେ ବୁଡି ଚାଲିଯାଇଛି ମା’ର ଜୀବନ । ଏପରି ଏକ ଅଭାବନୀୟ ଘଟଣା ଘଟିଛି ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ନୂଆଗାଁରେ । ମୃତକ ଜଣଙ୍କ ହେଉଛନ୍ତି ରାମଚନ୍ଦ୍ରପୁର ଥାନା ନୂଆଗାଁର ଅଜୟ ବେହେରାଙ୍କ ପତ୍ନୀ ନମିତା ବେହେରା।

ସୂଚନାଅନୁସାରେ ନମିତା ଘରେ କୌଣସି କାମ କରୁଥିବା ବେଳେ ତାଙ୍କ ୩ ବର୍ଷର ପୁଅ କେତେବେଳେ ଘର ନିକଟରେ ଥିବା ପୋଖରୀ ପାଖକୁ ଚାଲି ଆସିଥିଲେ। ଖେଳୁଖେଳୁ ନମିତାଙ୍କ ପୁଅ ପୋଖରୀରେ ପଡିଯାଇଥିଲେ। ପୁଅ ପାଣିରେ ପଡିଯାଇଥିବା ଜାଣି ମା ନମିତା ପୁଅକୁ ଉଦ୍ଧାର ପାଇଁ ପୋଖରୀକୁ ଡେଇଁପଡିଥିଲେ। ସ୍ଥାନୀୟ ଲୋକେ ଦେଖି ପୁଅକୁ ଉଦ୍ଧାର କରିଥିଲେ। ହେଲେ ମା ନମିତା ପୋଖରୀ ଭିତରେ ଥିବା ନେଇ ଆଉ ଧ୍ୟାନ କାହାରି ନଥିଲା। ପରେ ଜାଣିପାରି ଲୋକେ ମା ନମିତାକୁ ଖୋଜାଖୋଜି କରି ପାଣିରୁ ଉଦ୍ଧାର କରିଥିଲେ। ସେତେ ବେଳକୁ ନମିତାଙ୍କ ମୃତ୍ୟୁ ଘଟିସାରିଥିଲା। ଆନନ୍ଦପୁର ଡାକ୍ତରଖାନା ରେ ମୃତ ଦେହ କୁ ବ୍ୟବଚ୍ଛେଦ କରାଯାଇଥିବାବେଳେ ରାମଚନ୍ଦ୍ରପୁର ଥାନା ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି।

Comments are closed.