କାର ଦୁର୍ଘଟଣାରେ ମା’ ମୃତ, ଝିଅ ଗୁରୁତର

ଗୁଣୁପୁର: ଆଜି ପୂର୍ବାହ୍ନରେ ଗୁଡାରୀରୁ ଗୁଣୁପୁର ଫେରୁଥିବା ଏକ କାର ବିକ୍ରମପୁର ନିକଟରେ ଭାରସାମ୍ୟ ହରାଇ  ଓଲଟି ପଡିବା ଫଳରେ ଘଟଣା ସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତା ହେଲେ ଗୀତାଞ୍ଜଳି ସୁନାମୁଦୀ। ଏହି ଦୁର୍ଘଟଣାରେ ତାଙ୍କ ଝିଅ ବର୍ଷା ସୁନାମୁଦୀ ଗୁରୁତର ଆହତ ହୋଇଥିବାବେଳେ ଡ୍ରାଇଭର ଅଳ୍ପକେ ରକ୍ଷା ପାଇଯାଇଛନ୍ତି।

ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତ ବର୍ଷାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ପୁଲିସ ପହଞ୍ଚି ଘଟଣାର ତଦନ୍ତ କରିଛି। ଗୀତାଞ୍ଜଳି ତାଙ୍କ ସ୍ବାମୀ ତଥା ଗୁଡାରି ବ୍ଲକ କାର୍ଯ୍ୟାଳୟର ବରିଷ୍ଠ କିରାଣୀ କୃଷ୍ଣ ଚନ୍ଦ୍ର ସୁନାମୁଦୀଙ୍କୁ କାର୍ଯ୍ୟାଳୟରେ ଛାଡି ଗୁଣୁପୁରସ୍ଥିତ ବୃନ୍ଦାବତୀ ନଗର ଥିବା ନିଜ ବାସଭବନକୁ ଫେରୁଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା।

 

Comments are closed.