ଠେଙ୍ଗାରେ ପିଟିପିଟି ମା’କୁ ମାରିଲା ପୁଅ, ଥାନାରେ ବାପାର ଏତଲା ପରେ ଅଭିଯୁକ୍ତ ଗିରଫ

ଭଦ୍ରକ: ଜନ୍ମକଲା ମା’କୁ ହତ୍ୟା କରିଛି ପୁଅ । ଅତି ନିର୍ମମ ଭାବରେ ଠେଙ୍ଗାରେ ପାହାର ପରେ ପାହାର ପକାଇ ମା’କୁ ରକ୍ତାକ୍ତ କରିଦେବା ପରେ ବିଲରେ ଶେଷ ନିଶ୍ବାସ ତ୍ୟାଗ କରିଛି ମା’ । ଏ ସମ୍ପର୍କରେ ବାପା ଥାନାରେ ଏତଲା ଦେବା ପରେ ଅଭିଯୁକ୍ତ ନିରଞ୍ଜନ ଜେନାକୁ ପୁଲିସ ଗିରଫ କରିଛି  । ଏହି ଘଟଣା ଘଟିଛି ଭଦ୍ରକ ଜିଲାର ଧୂଷୁରି ଧାନା ଅଞ୍ଚଳରେ । ପାରିବାରିକ ବିବାଦକୁ କେନ୍ଦ୍ର କରି ଅଭିଯୁକ୍ତ ପୁଅ ଏହି ଘଟଣା ଘଟାଇଥିବା ସୂଚନା ମିଳିଛି ।

ଥାନାରେ ମୃତ ମହିଳାଙ୍କ ସ୍ବାମୀ ତଥା ଅଭିଯୁକ୍ତର ବାପା କରିଥିବା ଅଭିଯୋଗ ଅନୁସାରେ ନିରଞ୍ଜନ ବାଙ୍ଗାଲୋରରେ ରହୁଥିଲା ଓ ଏକ ଘରୋଇ କମ୍ପାନୀରେ କାମ କରୁଥିଲା । କରୋନା ଲକ୍ ଡ଼ାଉନ ଯୋଗୁଁ ସେ ଗାଁକୁ ଫେରିଥିଲା । ମାତ୍ର ଏହି ସମୟରେ ତାର ମା ମାତାଜୀ ଜେନା ସହ ପାଟିତୁଣ୍ଡ ହୋଇଥିଲା । ଏହା ପଛରେ ଥିଲା ଘରୋଇ ବିବାଦ । ଏହାପରେ ମା ମାତାଜୀ ଓ ପୁଅ ନିରଞ୍ଜନଙ୍କ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଥିଲା ।

ଏହାମଧ୍ୟରେ ମାତାଜୀ ନିଜ ବାପଘରକୁ ଯିବାକୁ ବାହାରିଥିଲେ । ବାପଘର ନିକଟରେ ହୋଇଥିବାରୁ ବିଲବାଟେ ଚାଲିଚାଲି ସେ ଯାଉଥିଲେ । ହେଲେ ବାଟରେ ନିରଞ୍ଜନ ଯାଇ ପହଞ୍ଚି ଯାଇଥିଲା । ମା’-ପୁଅଙ୍କ ମଧ୍ୟରେ ବିଲରେ ପୁଣି ଥରେ ପାଟିତୁଣ୍ଡ ହୋଇଥିଲା। ନିରଞ୍ଜନ ମା’ର ବେକକୁ ଲୁଗାରେ ଭିଡ଼ି ମାରିବାକୁ ଚେଷ୍ଟା କରିବାରେ ବିଫଳ ହେବା ପରେ ଏକ ଠେଙ୍ଗାରେ ପିଟିଥିଲା । ଫଳରେ ମାତାଜୀଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିଲା ଏବଂ ସେହିଠାରେ ପଡ଼ି ରହିଥିଲେ ।

ନିରଞ୍ଜନ ମା’ ମରିଯିବା ଭାବି ସେଠାରୁ ପଳାଇଥିଲା । ଏହାପରେ କିଛି ଲୋକ ମାତାଜୀ ବିଲରେ ରକ୍ତାକ୍ତ ହୋଇ ପଡ଼ିଥିବା ଦେଖି ତାଙ୍କ ସ୍ବାମୀଙ୍କୁ ଖବର ଦେଇଥିଲେ ଓ ତାଙ୍କୁଡ଼ାକ୍ତରଖାନା ପଠାଇବା ବ୍ୟବସ୍ଥା କରିଥିଲେ । ମାତ୍ର ସେତେବେଳେକୁ ମାତାଜୀଙ୍କର ମୃତ୍ୟୁ ହୋଇ ଯାଇଥିଲା । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଅଭିଯୁକ୍ତ ନିରଞ୍ଜନକୁ ଗିରଫ କରିଛି ।

ଅଭିଯୋଗ ଅନୁଯାୟୀ,

Comments are closed.