ଝିଅ ଘର ଛାଡିଦେଲା ବୋଲି ଆତ୍ମଦାହ କରି ପରପାରିକୁ ଚାଲିଗଲା ମାଆ 

ପାଟଣା : ପୂର୍ବରୁ ବଡ଼ ଝିଅ ଘର ଛାଡ଼ିଦେଇଥିଲା ଓ ମଙ୍ଗଳବାର ସାନ ଝିଅ ମଧ୍ୟ ଘର ଛାଡ଼ି ଚାଲିଗଲା। ଏନେଇ ସ୍ଵାମୀ-ସ୍ତ୍ରୀଙ୍କ ମଧ୍ୟରେ କାଲି ମଧ୍ୟ ଝଗଡା ହେଲା। ମୋତେ ଆଉ ଖୋଜିବ ନାହିଁ ବୋଲି ଆଜି ସାନ ଝିଅ ଘରକୁ ଫୋନ୍ କରି ଜଣାଇଦେଲା। ବାସ୍ ଏତିକି କଥାରେ ମାଆର ହୃଦୟ ଭାଙ୍ଗି ଯାଇଥିଲା ଓ ଆଜି ସକାଳୁ ଦେହରେ କିରୋସିନ ଢ଼ାଳି ଦେଇ ନିଆଁ ଲଗାଇ ଦେଇଥିଲା। ଶତକଡା ୮୦ ଭାଗ ଶରୀର ପୋଡ଼ି ଯାଇଥିବାରୁ ପ୍ରଥମେ ପାଟଣା ଓ ସେଠାରୁ କେନ୍ଦୁଝର ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ପରେ ସେଠାରୁ କଟକ ମେଡିକାଲ୍ ସ୍ଥାନାନ୍ତର କରାଯାଉଥିବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଛି।

କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ଏରେଣ୍ଡାଇ ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଗ୍ରାମର ରତନା ପାତ୍ରଙ୍କ ପତ୍ନୀ ଇନ୍ଦୁ ପାତ୍ରଙ୍କର ଦୁଃଖଦ ମୃତ୍ୟୁ ଘଟିଛି। ଇନ୍ଦୁ ପାତ୍ରଙ୍କ ଏଭଳି ମୃତ୍ୟୁ ଘଟଣା ଏରେଣ୍ଡାଇ ଗ୍ରାମରେ ଶୋକର ଲହରୀ ଖେଳାଇ ଦେଇଛି।

Comments are closed.