୩ ଛୁଆଙ୍କୁ ବିଷ ଦେଇ ମାଆର ଆତ୍ମହତ୍ୟା ଉଦ୍ୟମ : ୨ପୁଅଙ୍କ ମୃତ୍ୟୁ

ଭୁବ​‌​‌ନେଶ୍ବର :  ଚନ୍ଦକା ଥାନା ବିଞ୍ଝଗିରି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ୩ ଛୁଆଙ୍କୁ ବିଷ ଦେଇ ମାଆ ଆତ୍ମହତ୍ୟା ଉଦ୍ୟମ କରିଛି । ଗୁରୁତର ଅବସ୍ଥାରେ ସମସ୍ତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ବିଷକ୍ରିୟାରେ ୨ ପୁଅଙ୍କ ମୃତ୍ୟୁ ହୋଇଥିବାବେଳେ ମା’ ସହ ଛୋଟ ଝିଅକୁ ଗୁରୁତର ଅବସ୍ଥାରେ ଚିକିତ୍ସା କରାଯାଉଛି। ଦୁଇ ପୁଅଙ୍କ ମଧ୍ୟରୁ ଜଣଙ୍କର ବୟସ ୨ ଓ ଅନ୍ୟଜଣଙ୍କର ବୟସ ୩ ବର୍ଷ ବୋଲି ଜଣା ପଡିଛି। ତେବେ  ଆତ୍ମହତ୍ୟା ଉଦ୍ୟମର କାରଣ ଜଣାପଡି ନାହିଁ। ମହିଳା ଜଣଙ୍କ ଦିନ ମଜୁରିଆ ଭାବେ କାମ କରୁଥିବା ସୂଚନା ମିଳିଛି।

ପରେ ମହିଳାକୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୁରୁତର ଅବସ୍ଥା​ରେ ତାଙ୍କର ଚିକିତ୍ସା ଜାରି ରହିଛି। ସେହିପରି କଟକ ଶିଶୁ ଭବନରେ ଛୋଟ ଝିଅକୁ ଗୁରୁତର ଅବସ୍ଥାରେ ଚିକିତ୍ସା କରାଯାଉଛି।

Comments are closed.