ହସ୍ପିଟାଲରୁ ଫେରିବା ବେଳେ ଅଟୋକୁ ଧକ୍କା ଦେଲା ଟ୍ରକ, ମା’ ଓ ନବଜାତ ଶିଶୁ ମୃତ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲାର ଖମାରପଡ଼ା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ହସ୍ପିଟାଲରୁ ଫେରୁଥିବା ଜଣେ ମହିଳା ଏବଂ ତାଙ୍କର ନବଜାତ ଶିଶୁ କନ୍ୟାର ମୃତ୍ୟୁ ଘଟିଛି। ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।

ସୂଚନା ମୁତାବକ, ଏକ ଅଟୋରେ ଜଣେ ମହିଳା ଏବଂ ତାଙ୍କର ନବଜାତ ଶିଶୁକନ୍ୟା ଘରକୁ ଫେରୁଥିଲେ। ସାଥୀରେ ଆଶା ଦିଦି ଥିଲେ। ଖମାରପଡ଼ା ନିକଟକରେ ଅଟୋକୁ ଏକ ଟ୍ରକ୍‌ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ମହିଳା ଏବଂ ତାଙ୍କ ନବଜାତ ଶିଶୁ କନ୍ୟାର ମୃତ୍ୟୁ ଘଟିଥିଲା। ଦୁର୍ଘଟଣାରେ ଆଶା ଦିଦିଙ୍କ ସମେତ ୨ ଜଣ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଚିକିତ୍ସା ପାଇଁ ପ୍ରଥମେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ସେଠାରୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।

Comments are closed.